fbpx

(Video) କ୍ରିକେଟ ଛାଡ଼ିବା ପରେ କ’ଣ କରିବେ MS Dhoni? ପୋଷ୍ଟ ରିଟାୟାରମେଣ୍ଟ ପ୍ଲାନ କହିଲେ Captain Cool

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପୁଣିଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି । କୁହାଯାଉଛି ଯେ ଆସନ୍ତା ଆଇପିଏଲ ସିଜନ ପରେ ଧୋନୀ କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇପାରନ୍ତି । ତେବେ ବିଦାୟ ପୂର୍ବରୁ ଧୋନୀ ନିଜ ଭବିଷ୍ୟତକୁ ନେଇ ଏକ ବଡ଼ ସୂଚନା ଦେଇଛନ୍ତି । କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେଇସାରିବା ପରେ ମାହି କ’ଣ କରିବେ, ସେ ନେଇ ଫ୍ୟାନ୍ସମାନଙ୍କୁ ସ୍ପଷ୍ଟ କରିଛନ୍ତି କ୍ୟାପଟେନ୍ କୁଲ୍ । ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଧୋନୀ ଆଇପିଏଲ ପରେ ଦେଶସେବା କରିବାକୁ ଇଚ୍ଛା ରଖିଛନ୍ତି ।

୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇ ସାରିଛନ୍ତି କ୍ୟାପଟେନ୍ କୁଲ ମାହି । ବର୍ତ୍ତମାନ ଆଇପିଏଲ-୨୦୨୪ରେ ଚେନ୍ନାଇ ସୁପର କିଙ୍ଗସର ନେତୃତ୍ୱ ନେଉଥିବାର ନଜର ଆସିବେ । ତେବେ ସୋସିଆଲ ମିଡିଆରେ ବର୍ତ୍ତମାନ ଧୋନୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଜଣେ ଫ୍ୟାନ୍ସ ଧୋନୀଙ୍କୁ ପଚାରୁଛନ୍ତି ଯେ, ଅବସର ପରେ ମାହି କ’ଣ କରିବା ପାଇଁ ନିଷ୍ପତ୍ତି ନେଉଛନ୍ତି? କ୍ରିକେଟ ପରେ ଧୋନୀଙ୍କର ଅନ୍ୟ କ’ଣ ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ କରିଥିଲେ ଜଣେ ପ୍ରଶଂସକ । ତେବେ ଏହାର ଉତ୍ତରରେ ଧୋନୀ କହିଛନ୍ତି ଯେ, ମୁଁ ଏ ସମ୍ପର୍କରେ ବର୍ତ୍ତମାନ କିଛି ଚିନ୍ତା କରିନାହିଁ । ମୁଁ ଏବେ ଆଇପିଏଲ କ୍ରିକେଟ ଖେଳୁଛି । ତେବେ କ୍ରିକେଟ ପରେ ମୁଁ କ’ଣ କରିବି ତାହା ଦେଖିବାକୁ ପଡ଼ିବ । କିନ୍ତୁ କ୍ରିକେଟରୁ ବିଦାୟ ପରେ ମୁଁ ଆର୍ମି ପାଇଁ କାମ କରିବାକୁ ଚାହୁଁଛି ବୋଲି କହିଛନ୍ତି କ୍ୟାପଟେନ୍ କୁଲ ମାହି । କାରଣ କିଛି ବର୍ଷରୁ ମୁଁ ଏହା କରିପାରିନାହିଁ ।

ପୂର୍ବତନ ଅଧିନାୟକ ଧୋନି ଟେରିଟେରାଲ୍ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦରେ ନିୟୋଜିତ ଅଛନ୍ତି। ୨୦୧୧ ରେ, ସେ ପାରାଚ୍ୟୁଟ୍ ରେଜିମେଣ୍ଟ ସହିତ ମଧ୍ୟ ତାଲିମ ନେଇଥିଲେ ଏବଂ ବର୍ତ୍ତମାନ ସୁଦ୍ଧା ସେନାବାହିନୀରେ କାର୍ୟ୍ୟ କରୁଛନ୍ତି। କ୍ୟାପଟେନ୍ କୁଲ ଧୋନି ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ତାଙ୍କ ଅଧିନାୟକତ୍ୱରେ ଚେନ୍ନାଇ ୫ ଥର ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଛି।

Get real time updates directly on you device, subscribe now.