fbpx

(Video) ପାକିସ୍ତାନକୁ କାଶ୍ମୀରରେ ଆକ୍ରମଣ କରିବାକୁ ଉସୁକାଇ ଲଦାକରେ ପଶିବାକୁ ଚେଷ୍ଟା କରୁଛି ଚୀନ୍‌

ଓଡ଼ିଶା ଭାସ୍କର: ଆତଙ୍କବାଦୀଙ୍କ ଗୁଳିରେ ୪ ଜଣ ଯବାନ ସହିଦ ହୋଇଗଲେ । ଯବାନଙ୍କ ଗାଡ଼ିକୁ ଘେରି କୁଳି ବର୍ଷା କଲେ ଆତଙ୍କବାଦୀ । ଏବେ ମଧ୍ୟ ୩୦ରୁ ଅଧିକ ଆତଙ୍କବାଦୀ ପୁଞ୍ଚଛରେ ଲୁଚିକରି ରହିଛନ୍ତି । ଆଉ ଏହା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ସାମ୍ନାକୁ ଆସୁଛି । ପାକିସ୍ତାନ ଏବଂ ଚୀନ ମିଳିତ ଭାବରେ କରିଛନ୍ତି ଷଡ଼ଯନ୍ତ୍ର । ଏମିତି ଆକ୍ରମଣ କରି ସୀମାକୁ ଅକ୍ତିଆର କରରିବାକୁ ଚେଷ୍ଟା କରୁଛି ଚୀନ୍ । ହଁ ଆଜ୍ଞା, ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସହ ମିଶି ଆକ୍ରମଣ କରି ଲଦାଖ ପଟୁ ଭାରତର ନଜର ହଟାଇ କାଶ୍ମୀର ପଟକୁ ଆଣିବାକୁ ଚାହୁଁଛି ଚୀନ୍ । ଯାହାପରେ ଚୀନ୍ ଲଦାକରେ ନିଜର ହକ ସାବ୍ୟସ୍ତ କରିପାରିବ । ହେଲେ ଭାରତୀୟ ସେନା ତାହା କରିବାକୁ ଦେଉନାହିଁ ।

ଲଦାଖକୁ ଅକ୍ତିଆର କରିବାକୁ ଚାହୁଁଛି ଚାଇନା । ହେଲେ ଦିନ ରାତି ୨୪ ଘଣ୍ଟା ଛାତିକୁ ପଥର କରି ଲଦାଖକୁ ସୁରକ୍ଷିତ କରି ରଖିଛନ୍ତି । ଶତ୍ରୁକୁ ଅହରହ ଦେଉଛନ୍ତି ଚକମା । ଆଉ ସେଥିପାଇଁ ଏମିତି କିଛି ଷଡ଼ଯନ୍ତ୍ର କରିଥିଲା ଚୀନ । ସୂଚନା ମୁତାବିକ ଚୀନ କୁଆଡ଼େ ପାକିନ୍ତାନ ଏବଂ ଏଲଓସିରେ ଥିବା ଆତଙ୍କବାଦୀ ମାନଙ୍କ ସହ ହାତ ମିଶାଇଛି । କାଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ଆକ୍ରମଣ କରି ଲଦାଖରୁ ଭାରତୀୟ ସେନାର ନଜର ହଟାଇବାକୁ ଚାହୁଁଛି । ଲଦାଖରୁ ସବୁ ସେନା କାଶ୍ମୀରକୁ ଆସିଲେ ଲଦାଖରେ ଚୀନ ତାର କାମ ସହଜରେ କରିପାରିବ ବୋଲି ଏମିତି ଷଡ଼ଯନ୍ତ୍ର ରଚୁଛି । ଯଦି ଦେଖିବା ଏକ ମାସ ଭିତରେ ପୁଞ୍ଚଛ ଏବଂ ରଚୌରି ଅଞ୍ଚଳରେ ଦୁଇ ଦୁଇଟି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ସେପଟେ ଏବେ ପର୍ଯ୍ୟନ୍ତ ଜଙ୍ଗଲ ମଧ୍ୟରେ ୩୦ରୁ ଅଧିକ ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଛି । ଯାହାକୁ ନେଇ ସର୍ଚ୍ଚ ଅପରେସନ ଜାରି ରହିଛି । ତେବେ ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ଦୁଇ ଜଣଙ୍କୁ ଅଟକ ରଖିଛି ସେନା ।

Get real time updates directly on you device, subscribe now.