fbpx

ହିନ୍ଦୁ ଧର୍ମରେ ରହିଥିବା ୮ ପ୍ରକାରର ବିବାହ ମଧ୍ୟରୁ କେଉଁଟି ସର୍ବୋତ୍ତମ ? ଜାଣନ୍ତୁ

ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ସଂସ୍କାର ଭାବରେ ବିବେଚନା କରାଯାଏ । ଏହା ୧୬ ଟି ପ୍ରମୁଖ ସଂସ୍କାର ମଧ୍ୟରୁ ଗୋଟିଏ । ଏହାର ପଦ୍ଧତି ଏବଂ ନିୟମ ବ୍ୟତୀତ ଶାସ୍ତ୍ରରେ ଆଠ ପ୍ରକାରର ବିବାହ ବିଷୟରେ ଉଲ୍ଲେଖ କରାଯାଇଛି । ବିବାହର ପ୍ରକାର ହେଉଛି ବ୍ରହ୍ମ, ବୈଦ, ଆର୍ଷ, ପ୍ରଜାପତ୍ୟ, ଅସୁର, ଗନ୍ଧର୍ବ, ରାକ୍ଷସ ଏବଂ ପିଶାଚ ।

ଏଥିମଧ୍ୟରୁ ବ୍ରହ୍ମ ବିବାହ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ପଣ୍ଡିତ ରାମଚନ୍ଦ୍ର ଯୋଶୀଙ୍କ ଅନୁଯାୟୀ, ଭବିଷ୍ୟ ପୁରାଣ ସମେତ ଅନେକ ଧାର୍ମିକ ଶାସ୍ତ୍ରରେ ବିବାହର ରୀତି ଏବଂ ନୀତି ବିଷୟରେ କୁହାଯାଇଛି । ସେମାନଙ୍କ ମଧ୍ୟରେ ଉଲ୍ଲେଖ କରାଯାଇଥିବା ଆଠ ପ୍ରକାରର ବିବାହ ବିଷୟରେ ଆସନ୍ତୁ ଜାଣିବା…
ହିନ୍ଦୁ ଧର୍ମରେ ବିବାହର ୮ ପ୍ରକାର :-

୧. ବ୍ରହ୍ମ ବିବାହ:- ଭଲ ଚରିତ୍ରର ବା ଉତ୍ତମ କୂଳର ବର ସହିତ ଝିଅର ବିବାହ ତାଙ୍କ ସମ୍ମତି ଅନୁଯାୟୀ କରିବାକୁ ‘ବ୍ରହ୍ମ ବିବାହ’ କୁହାଯାଏ । ଏଥିରେ ବର ଏବଂ ବଧୂ ଉପରେ କୌଣସି ବାଧ୍ୟବାଧକତା କରାଯାଏ ନାହିଁ । ଏହି ବିବାହ କୂଳ ଓ ଗୋତ୍ରକୁ ବିଶେଷ ଧ୍ୟାନରେ ରଖି ଶୁଭ ମୁହୂର୍ତ୍ତରେ କରାଯାଇଥାଏ ।

୨. ଦେବ ବିବାହ:- ଯଜ୍ଞରେ ସଠିକ୍ ପ୍ରକାର କର୍ମ କରି ରୀତିକୁ ଅଳକୃତ କରିବା ପରେ କନ୍ୟା ଦେବାକୁ ଦେବ ବିବାହ କୁହାଯାଏ । କନ୍ୟାର ସହମତିରେ ଏହି ବିବାହରେ ତାଙ୍କୁ କୌଣସି ଉଦ୍ଦେଶ୍ୟ, ସେବା, ଧାର୍ମିକ କାର୍ଯ୍ୟ କିମ୍ବା ମୂଲ୍ୟ ରୂପରେ ବରକୁ ହସ୍ତାନ୍ତର କରାଯାଇଥାଏ ।

୩. ଆର୍ଷ ବିବାହ: ଧର୍ମ ପାଇଁ ବରଠାରୁ ଏକ ବା କିମ୍ବା ୨ ଯୋଡ଼ି ଗାଈ ଏବଂ ଷଣ୍ଢକୁ ନେଇ କନ୍ୟାକୁ ସମ୍ପୂର୍ଣ୍ଣ ବିଧି ବିଧାନରେ ତାଙ୍କୁ ହସ୍ତାନ୍ତର କରିବାକୁ ଆର୍ଷ ବିବାହ କୁହାଯାଏ । ଏହା ଋଷି ବିବାହ ସହ ସମ୍ବନ୍ଧ ରଖିଥାଏ ।

୪. ପ୍ରଜାପତ୍ୟ ବିବାହ: ପୂଜା ପରେ ଯଦି ପିତା କନ୍ୟାଦାନ କରି ‘ତୁମେ ଦୁହେଁ ଏକାସାଙ୍ଗରେ ଗୃହସ୍ଥ ଧର୍ମର ପାଳନ କର’ ବୋଲି କୁହନ୍ତି, ତେବେ ଏହି ବିବାହ ପ୍ରଜାପତ୍ୟ ବିବାହ କୁହାଯାଏ । ଏହି ବିବାହରୁ ଜନ୍ମ ହୋଇଥିବା ଶିଶୁ ନିଜ ପିଢ଼ୀକୁ ପବିତ୍ର କରିବ ବୋଲି ଅନୁମାନ କରାଯାଏ ।

୫. ଅସୁର ବିବାହ: ଝିଅର ପିତା କିମ୍ବା ପରିବାରକୁ ଟଙ୍କା କିମ୍ବା ଅନ୍ୟାନ୍ୟ ସମ୍ପତ୍ତି ଦେଇ ନିଜ ଇଚ୍ଛାରେ ଝିିଅକୁ ନେବା ଅସୁରୀ ବିବାହ କୁହାଯାଏ । ଏଥିରେ ଝିିଅ ଅନୁମତି ଦେବା ବା ନଦେବାକୁ ଧ୍ୟାନ ଦିଆଯାଇ ନଥାଏ ।

୬. ଗନ୍ଧର୍ବ ବିବାହ: କନ୍ୟା ଏବଂ ବରର ପାରସ୍ପରିକ ଇଚ୍ଛା ସହିତ ଘଟିଥିବା ବିବାହକୁ ଗନ୍ଧର୍ବ ବିବାହ କୁହାଯାଏ । ଏହା ବର୍ତ୍ତମାନର ପ୍ରେମ ବିବାହ ପରି ହୋଇଥାଏ ।

୭. ରାକ୍ଷସ ବିବାହ: ଯେତେବେଳେ ଜଣେ ଝିଅକୁ ଜବରଦସ୍ତ ଅପହରଣ କରି ମାରପିଟ୍ ପରେ ପରେ ବିବାହ କରାଯାଏ, ତେବେ ଏହା ଏକ ରାକ୍ଷସ ବିବାହ । ରାବଣ ସୀତାଙ୍କ ସହିତ ଏହି ପ୍ରକାରର ବିବାହ କରିବାକୁ ଚେଷ୍ଟା କରିଥିଲେ ।

୮. ପିଶାଚ ବିବାହ: ଶୋଇଥିବା ଅବସ୍ଥା, ମଦ୍ୟପାନ କରି, ମାନସିକ ଦୁର୍ବଳ ଝିିଅକୁ ନିଜ ଅବସ୍ଥାର ସୁଯୋଗ ନେଇ ତା’ପରେ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ବିବାହ କରିବାକୁ ପିଶାଚ ବିବାହ କୁହାଯାଏ । ଏହି ବିବାହ ସର୍ବନିମ୍ନ ଗୁଣ ବୋଲି କୁହାଯାଉଛି ।

Get real time updates directly on you device, subscribe now.