fbpx

“ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହ ମୋର ବହୁତ ପୁରୁଣା ସମ୍ପର୍କ ରହିଛି”; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶା ଭାସ୍କର: ଖ୍ରୀଷ୍ଟମାସ ଅବସରରେ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସହ ମୋର ସମ୍ପର୍କ ବହୁତ ପୁରୁଣା। ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୁଁ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଗୁରୁମାନଙ୍କୁ ଭେଟିଥିଲି । ମୁଁ ଯେଉଁଠାରୁ ନିର୍ବାଚନ ଲଢ଼ିଥିଲି, ସେଠାରେ ବହୁ ସଂଖ୍ୟକ ଖ୍ରୀଷ୍ଟିଆନ ଥିଲେ। ସରକାର ହିସାବରେ ଆମେ ସୁନିଶ୍ଚିତ କରୁଛୁ ଯେ ବିକାଶର ସୁଫଳ ସମସ୍ତଙ୍କ ପାଖରେ ପହଞ୍ଚିବ ଏବଂ କେହି ବାଦ୍ ପଡ଼ିବେ ନାହିଁ। ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ଲୋକ, ବିଶେଷକରି ଗରିବ ଓ ବଞ୍ଚିତ ଲୋକମାନେ ମଧ୍ୟ ଆଜି ଦେଶରେ ହେଉଥିବା ବିକାଶରୁ ଉପକୃତ ହେଉଛନ୍ତି।

କିଛି ବର୍ଷ ତଳେ ମୁଁ ପବିତ୍ର ପୋପ୍ ଙ୍କୁ ଭେଟିବାର ସୌଭାଗ୍ୟ ପାଇଥିଲି। ଏହା ମୋ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ଥିଲା । ଖ୍ରୀଷ୍ଟମାସରେ ଉପହାର ଦେବାର ପରମ୍ପରା ରହିଛି। ତେଣୁ ଆସନ୍ତୁ ଏହି ଅବସରରେ ଆଗାମୀ ପିଢ଼ିକୁ କିପରି ଏକ ଉତ୍ତମ ପୃଥିବୀ ଉପହାର ଦେଇପାରିବା ସେ ବିଷୟରେ ଚିନ୍ତା କରିବା । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଅନେକ ଖ୍ରୀଷ୍ଟିଆନ ସ୍ୱାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ଗାନ୍ଧୀଜୀ ନିଜେ କହିଥିଲେ ଯେ ସେଣ୍ଟ ଷ୍ଟିଫେନ୍ସ କଲେଜର ଅଧ୍ୟକ୍ଷ ସୁଶୀଲ କୁମାରଙ୍କ ଛତ୍ରଛାୟାରେ ଅସହଯୋଗ ଆନ୍ଦୋଳନର ପରିକଳ୍ପନା କରାଯାଇଥିଲା। ଖ୍ରୀଷ୍ଟିଆନ ସମ୍ପ୍ରଦାୟ ସମାଜକୁ ଦିଗ ଦର୍ଶନ ଦେବାରେ ନିରନ୍ତର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗରିବ ଓ ଅବହେଳିତଲୋକଙ୍କ ସେବା କରିବାରେ ଆପଣଙ୍କ ସମ୍ପ୍ରଦାୟ ସବୁବେଳେ ଆଗରେ ରହିଆସିଛି।

Get real time updates directly on you device, subscribe now.