fbpx

ଆୱାର୍ଡ ଫେରାଇଦେବେ ବିନେଶ ଫୋଗଟ: WFI ବିବାଦ ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘକୁ ନେଇ ଲାଗି ରହିଥିବା ବିବାଦ ମଧ୍ୟରେ ମହିଳା ରେସଲର ବିନେଶ ପୋଗଟ ନେଇଛନ୍ତି ଏକ ବଡ଼ ନିଷ୍ପତ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ବିନେଶ ଫୋଗଟ । କ୍ରୀଡ଼ା ଜଗତରେ ଅବଦାନ ଯୋଗୁଁ ମିଳିଥିବା ଭାରତ ରତ୍ନ ଏବଂ ଅର୍ଜୁନ ପୁରସ୍କାର ପେରାଇ ଦେବା ପାଇଁ ଘୋଷଣା କରିଛନ୍ତି ବିନେଶ ଫୋଗଟ୍ । ଏହାପୂର୍ବରୁ ବଜରଙ୍ଗ ପୁନିଆ ମଧ୍ୟ ନିଜର ପଦ୍ମଶ୍ରୀ ପୁରସ୍କାର ଫେରାଇବା ପାଇଁ ଘୋଷଣା କରିଥିଲେ ।

ଏହି ଚିଠିରେ ବିନେଶ ଲେଖିଛନ୍ତି ଯେ, ସାର୍, ସାକ୍ଷୀ ମଲିକ କୁସ୍ତିରୁ ବିଦାୟ ନେଇ ସାରିଛନ୍ତି ଏବଂ ବଜରଙ୍ଗ ପୁନିଆ ମଧ୍ୟ ପଦ୍ମଶ୍ରୀ ଫେରାଇ ଦେଇଛନ୍ତି । ବର୍ତ୍ତମାନ ମୁଁ ମଧ୍ୟ ପୁରସ୍କାର ନେଉଥିବା ସେହି ବିନେଶ ଫୋଗଟ ଛବିରୁ ମୁକ୍ତି ପାଇବାକୁ ଚାହୁଁଛି । କାରଣ ତାହା ଏକ ସ୍ୱପ୍ନ ଥିଲା ଏବଂ ବର୍ତ୍ତମାନ ଆମ ସହ ଯାହା ହେଉଛି, ତାହା ସତ୍ୟ ଅଟେ । ମୋତେ ମେଜର ଧ୍ୟାନଚାନ୍ଦ ଖେଳ ରତ୍ନ ଏବଂ ଅର୍ଜନ ପୁରସ୍କାର ପ୍ରଦାନ କରାଯାଇଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଏହାର କୌଣସି ମୂଲ୍ୟ ନାହିଁ । ତେଣୁ ମୁଁ ନିଜ ପୁରସ୍କାର ଫେରାଇ ଦେଉଛି । ଯାହା ଫଳରେ ଆମ ଉପରେ କୌଣସି ବୋଝ ହୋଇ ପାରିବ ନାହିଁ ।

ସୂଚନା ଥାଉ କି, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ବିନେଶ ଫୋଗାଟଙ୍କ ସହ ବହୁ କୁସ୍ତିଯୋଦ୍ଧା ଦୀର୍ଘ ଦିନ ଧରି ଭାରତୀୟ ରେସଲିଂ ଆସୋସିଏସନର ସଭାପତି ବୃଜଭୂଷଣ ସିଂଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ତେବେ ଏହାପରେ ବୃଜଭୂଷଣଙ୍କୁ WFIରୁ ହଟାଇ ଦିଆଯାଇ କମିଟିରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଞ୍ଜୟ ସିଂ ଆସୋସିଏସନର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ। ତେବେ ସଞ୍ଜୟ ବୃଜଭୂଷଣ ସିଂଙ୍କ ନିକଟତର ବୋଲି କୁହାଯାଉଥିଲା, ତେଣୁ ଏହି ନିର୍ବାଚନ ପରେ ମଧ୍ୟ ସମସ୍ତ କୁସ୍ତିଯୋଦ୍ଧା ଖୋଲାଖୋଲି ବିରୋଧ ପ୍ରଦର୍ଶନ କରିଥିଲେ। କୁସ୍ତିଯୋଦ୍ଧାଙ୍କ ବିରୋଧ ପରେ କ୍ରୀଡ଼ା ମନ୍ତ୍ରଣାଳୟ ନୂତନ କମିଟିକୁ ବାତିଲ କରି ସଞ୍ଜୟ ସିଂଙ୍କ ସମେତ ସମଗ୍ର କମିଟି ହଟାଇ ଦେଇଛି।

କ୍ରୀଡା ମନ୍ତ୍ରଣାଳୟ କହିଛି ଯେ ନୂତନ କମିଟି ନିୟମ ଅନୁଯାୟୀ କାର୍ୟ୍ୟ କରିବାକୁ ପଡିବ, ପୁରୁଣା କମିଟିର ଛାପ ନୂତନ କମିଟିରେ ଦୃଶ୍ୟମାନ ହୋଇପାରିବ ନାହିଁ ଏବଂ ଯେଉଁ ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ କରାଯାଇଥିଲା ସେମାନେ କମିଟି ପରିଚାଳନା କରିପାରିବେ ନାହିଁ। କୁସ୍ତିଯୋଦ୍ଧାମାନେ ନୂତନ କମିଟିର ଅପସାରଣକୁ ସ୍ୱାଗତ କରିଥିଲେ, କିନ୍ତୁ ଏସବୁ ପରେ ମଧ୍ୟ କୁସ୍ତିଯୋଦ୍ଧାମାନେ ପୁରସ୍କାର ପ୍ରତ୍ୟାହାର ଜାରି ରଖିଛନ୍ତି।

Get real time updates directly on you device, subscribe now.