fbpx
BSKY
BJD MC SKY
BJD YOUTH SKY

(Video) “ମୋ ପାଇଁ ଜାଗୃତିଙ୍କୁ ବଦନାମ କରାଗଲା ..ମୋ ପାଇଁ ସେ ବହୁତ କଷ୍ଟ ସହିଛନ୍ତି”; ଅନୁଭବ ମହାନ୍ତି

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଲିଉଡର ଷ୍ଟାର ଦମ୍ପତ୍ତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦରେ ଗତ ୨୧ ତାରିଖରେ ହାଇକୋର୍ଟ ଏକ ବଡ଼ ରାୟ ଶୁଣାଇôଲେ । ତଳ କୋର୍ଟଙ୍କ ରାୟକୁ ଖାରଜ କରି ଅନୁଭବଙ୍କୁ ଛାଡ଼ପତ୍ର ଆବେଦନ ପାଇଁ ହାଇକୋର୍ଟ ଅନୁମତି ଦେଇଥିଲେ । ପୂର୍ବରୁ ପରିବାର କୋର୍ଟ ଏହି ମାମଲାର ଶୁଣାଣି କରି ଛାଡ଼ପତ୍ର ଆବେଦନକୁ ଖାରଜ କରିଦେଇଥିଲେ । ଏବେ ହାଇକୋର୍ଟଙ୍କ ରାୟ ପରେ ଷ୍ଟାର ଦମ୍ପତ୍ତିଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାରି ଭାତରେ ଆଉ ଏକ ମାମଲା ସାମ୍ନାକୁ ଆସିଛି। ପୂର୍ବରୁ ଜାଗୃତିଙ୍କୁ ନେଇ ହୋଇଥିବା ହଟହଟା ଉପରେ ପ୍ରତିକ୍ରିୟା ରଖିଛନ୍ତି ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି।

“ଜାଗୃତି ମୋ ପାଇଁ ବଦନାମ ହେଲେ” ଏପରି କହିଲେ ଓଲିଉଡ୍ ଅଭିନେତା ଅନୁଭବ ମହାନ୍ତି। ଜାଗୃତି ମୋପାଇଁ ସବୁକିଛି ହରାଇଛନ୍ତି। ଜାଗୃତି ବହୁତ ଟ୍ୟାଲେଣ୍ଟେଡ, ଏପରି ଜାଗୃତିଙ୍କୁ ଭୁରି ଭୁରି ପ୍ରସଂଶା କଲେ ଅନୁଭବ। ଅନୁଭବଙ୍କ ପାଇଁ ବହୁ କଷ୍ଟ ପାଇଛନ୍ତି ଜାଗୃତି।

Get real time updates directly on you device, subscribe now.