fbpx

୧୫ କୋଟି ନୁହେଁ, ୧୧୫ କୋଟିରେ ହାର୍ଦ୍ଦିକଙ୍କୁ କିଣିଛି MI! IPL-2024 କୁ ନେଇ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ଅକ୍ସନ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ ଏବଂ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ଏକ ବଡ଼ ଟ୍ରେଡ ହୋଇଛି । ଗୁଜୁରାଟର ଅଧିନାୟକ(୨୦୨୨-୨୦୨୩) ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନିଜ ଦଳରେ ସାମିଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ମୁମ୍ବାଇ ହାର୍ଦ୍ଦିକଙ୍କୁ ଦଳର ରୋହିତଙ୍କ ସ୍ଥାନରେ ନେତୃତ୍ୱ ମଧ୍ୟ ପ୍ରଦାନ କରିଛି । ତେବେ ହାର୍ଦ୍ଦିକଙ୍କ ଏହି ଟ୍ରେଡ ପାଇଁ ଉଭୟ ଦଳ ମଧ୍ୟରେ ନଗଦ କ୍ୟାସ୍ ହୋଇଥିଲା । ତେଣୁ ମୁମ୍ବାଇ ଗୁଜୁରାଟକୁ ୧୫ କୋଟି ଟଙ୍କା ପ୍ରଦାନ କରିଥିବା ଜଣାଯାଇଛି । କିନ୍ତୁ ବର୍ତ୍ତମାନ ଏ ନେଇ ଆଉ ଏକ ବଡ଼ ଖୁଲାସା ହୋଇଛି ।

ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବା ପାଇଁ ମୁମ୍ବାଇ ୧୫ କୋଟିରୁ ଅଧିକ ଖର୍ଚ୍ଚ କରିଛି । ହାର୍ଦ୍ଦିକଙ୍କ ପାଇଁ ୧୫ କୋଟି ନୁହେଁ, ବରଂ ୧୧୫ କୋଟି ଟଙ୍କା ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଡିଲ୍ ଅନୁସାରେ ୧୫ କୋଟି ଗୁଜୁରାଟର ପର୍ସକୁ ଆସିଥିଲା । ଏହାବ୍ୟତୀତ ଗୁଜୁରାଟକୁ ଏଥିପାଇଁ ଏକ ବଡ଼ ଆମାଉଣ୍ଟର ଟ୍ରାନ୍ସଫର ରାଶି ମଧ୍ୟ ମିଳିଥିବା ଅନୁମାନ କରାଯାଉଛି । ୨୦୨୨ ମସିହାରେ ମୁମ୍ବାଇ ହାର୍ଦ୍ଦିକଙ୍କୁ ରିଲିଜ କରିବା ପରେ ଗୁଜୁରାଟ ଟାଇଟନ୍ସ ତାଙ୍କୁ ଦଳରେ ସାମିଲ କରିବା ସହ ଅଧିନାୟକ ପଦ ମଧ୍ୟ ଦେଇଥିଲା । ତେବେ ହାର୍ଦ୍ଦିକ ନିଜ ନେତୃତ୍ୱରେ ଦଳକୁ ପ୍ରଥମ ବର୍ଷରେ ହିଁ ଚମ୍ପିଆନ୍ ବନାଇଥିଲେ । ଏହାପରେ ୨୦୨୩ ସିଜନରେ ମଧ୍ୟ ହାର୍ଦ୍ଦିକଙ୍କ ନେତୃତ୍ୱରେ ଫାଇନାଲରେ ପ୍ରବେଶ କରିଥିଲା ଗୁଜୁରାଟ ଟାଇଟନ୍ସ ।

କିନ୍ତୁ ୨୦୨୪ ଆଇପିଏଲ ସିଜନ ପାଇଁ ମୁମ୍ବାଇ ପୁଣିଥରେ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିଛି । ଏହାସହିତ ରୋହିତଙ୍କୁ ହଟାଇ ଷ୍ଟାର ଅଲରାଉଣ୍ଡରଙ୍କୁ ଅଧିନାୟକ ପଦ ମଧ୍ୟ ଦେଇଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ହାର୍ଦ୍ଦିକଙ୍କୁ ଅଧିନାୟକ କରିବା ପରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଶଂସକମାନେ ଅସନ୍ତୋଷ ଜାହିର କରିଛନ୍ତି । ଏ ନେଇ ହାର୍ଦ୍ଦିକଙ୍କୁ ମଧ୍ୟ ସମାଲୋଚନା କରାଯାଇଥିଲା ଏବଂ ରୋହିତ ଶର୍ମାଙ୍କୁ ଅନ୍ୟ କୌଣସି ଦଳରୁ ଖେଳିବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ ଫ୍ୟାନ୍ସ । ତେବେ ରୋହିତ ଶର୍ମାଙ୍କ ଏ ସମ୍ପର୍କରେ କ କ୍ସରବମଗ୍ଧସକ୍ଟଦ୍ଭ ଣସି ପ୍ରତିକ୍ରିୟା ହୋଇ ନାହିଁ।

Get real time updates directly on you device, subscribe now.