fbpx
BSKY
BJD YOUTH SKY
BJD MS SKY

ଆରବିଆଇ ଗଭର୍ଣ୍ଣର କାହିଁକି ପାଆନ୍ତି ନାହିଁ ପେନସନ୍? ଖୁଲାସା କଲେ ରଘୁରାମ ରାଜନ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ପ୍ରକାଶ କରିଛନ୍ତି ଯେ, ଗଭର୍ଣ୍ଣର ଭାବରେ ତାଙ୍କର ଦରମା ମାତ୍ର ୪ ଲକ୍ଷ ଟଙ୍କା । ଏଥିସହ ସେ କହିଛନ୍ତି ଯେ ଆରବିଆଇ ଗଭର୍ଣ୍ଣରଙ୍କୁ ବର୍ତ୍ତମାନ କେତେ ଦରମା ମିଳୁଛି, ସେ ବିଷୟରେ ସୂଚନା ନାହିଁ । କିନ୍ତୁ ଯେତେବେଳେ ସେ ଆରବିଆଇ ଗଭର୍ଣ୍ଣର ଥିଲେ, ତେବେ ତାଙ୍କୁ ରହିବାକୁ ଏକ ବଡ ଘର ମିଳିଥିଲା । ଆରବିଆଇ ଗଭର୍ଣ୍ଣରଙ୍କୁ ମିଳିଥିବା ଦରମା ଏବଂ ପେନସନ୍ ସଂପର୍କରେ ରଘୁରାମ ରାଜନ କ’ଣ କହିଛନ୍ତି ଆସନ୍ତୁ ଜାଣିବା…

ଦରମା ୪ ଲକ୍ଷ ଟଙ୍କା ଥିଲା :-
ରାଜ ଶମାନୀଙ୍କ “ଫିଗର୍ ଆଉଟ୍” ପୋଡକାଷ୍ଟ ଉପରେ ରାଜନ କହିଛନ୍ତି ଯେ, ଗଭର୍ଣ୍ଣର ହେବାର ସବୁଠାରୁ ବଡ ସୁବିଧା ହେଉଛି ଯେ ତାଙ୍କୁ ରହିବାକୁ ଏକ ବଡ଼ ଘର ମିଳିଥଇଲା, ଯାହା ଧୀରୁବାଇ ଅମ୍ବାନୀଙ୍କ ଘର ନିକଟରେ ଥଇଲା । ରାଜନ କହିଛନ୍ତି ଯେ ମୁଁ ଜାଣେ ନାହିଁ ବର୍ତ୍ତମାନ ଆରବିଆଇ ଗଭର୍ଣ୍ଣରଙ୍କ ଦରମା କେତେ? କିନ୍ତୁ ମୋ ସମୟରେ ଏହି ଦରମା ବର୍ଷକୁ ୪ ଲକ୍ଷ ଟଙ୍କା ଥିଲା । ରହିବା ପାଇଁ ଏକ ବହୁତ ବଡ ଘର ମଧ୍ୟ ମିଳିଥିଲା, ଯାହା ମୁମ୍ବାଇର ମାଲାବାର ହିଲରେ ଥିବା ଧୀରୁବାଇ ଅମ୍ବାନୀଙ୍କ ଘରଠାରୁ କିଛି ଦୂରରେ ଥିଲା ।

କ୍ୟାବିନେଟ ସଚିବଙ୍କ ସହ ସମାନ :-
୬୦ ବର୍ଷୀୟ ରଘୁରାମ ରାଜନ ୨୦୧୩-୨୦୧୬ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିଲେ । ସେ ଆହୁରି ମଧ୍ୟ ଖୁଲାସା କରିଛନ୍ତି ଯେ, ତାଙ୍କ ଦରମା କ୍ୟାବିନେଟ ସଚିବଙ୍କ ଦରମା ସହିତ ସମାନ ଥିଲା । ସେ କହିଥିଲେ ଯେ, ତାଙ୍କ କାର୍ଯ୍ୟକାଳ ମଧ୍ୟରେ ତାଙ୍କୁ ଚିକିତ୍ସା ସୁବିଧା ମଧ୍ୟ ମିଳିଥିଲା । କିନ୍ତୁ ସେ ପେନସନ ପାଇନଥିଲେ । ରାଜନ କହିଛନ୍ତି ଯେ ମୁଁ ଭାବୁଛି ତାଙ୍କ ଦରମା କ୍ୟାବିନେଟ ସଚିବଙ୍କ ଦରମା ସହିତ ସମାନ । ଏହି ସେବାରେ ଆପଣ ଅନ୍ୟାନ୍ୟ ସୁବିଧା ପାଇବ ନାହିଁ ଯାହା ସରକାରୀ କର୍ମଚାରୀମାନେ ପାଇଥା’ନ୍ତି, ଆପଣଙ୍କୁ ପେନସନ୍୍ ମିଳିବ ନାହିଁ ।

ଆପଣ କାହିଁକି ପେନସନ୍ ପାଇବେ ନାହିଁ?
ଆରବିଆଇ ଗଭର୍ଣ୍ଣର କାହିଁକି ପେନସନ ପାଇବାକୁ ଯୋଗ୍ୟ ନୁହଁନ୍ତି ସେ ସମ୍ପର୍କରେ ବର୍ଣ୍ଣନା କରି ରାଜନ କହିଛନ୍ତି ଯେ, ସେ ସିଭିଲ ସର୍ଭିସରେ ଥିଲେ । ତାଙ୍କୁ ସିଭିଲ ସର୍ଭିସରୁ ପେନସନ ମିଳେ । ସେ କହିଛନ୍ତି ଯେ, ଆରବିଆଇର ଅଧିକାଂଶ ଗଭର୍ଣ୍ଣର ପେନସନ ପାଇ ନ ଥିବାର କାରଣ ହେଉଛି ସେମାନେ ସିଭିଲ ସଭେଣ୍ଟ । ତେଣୁ ସେ ତାଙ୍କ ସିଭିଲ ସର୍ଭିସରୁ ପେନସନ ପାଇ ସାରିଥିଲେ ।

Get real time updates directly on you device, subscribe now.