ଇଏ ଏୟାରପୋର୍ଟ ନା ବସ୍ଷ୍ଟାଣ୍ଡ; ଯାତ୍ରୀଙ୍କ ପାଇଁ ରହିଛି ଖାଦ୍ୟ, ବସ୍ତ୍ର, କସ୍ମେଟିକ ଓ ଔଷଧ ଦୋକାନର ସୁବିଧା
ନୂଆବର୍ଷରେ ଆରମ୍ଭ ହେବ ନୂଆ ବସ୍ଷ୍ଟାଣ୍ଡ; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ
ଭୁବନେଶ୍ବର: (ଓଡ଼ିଶା ଭାସ୍କର)୧୫.୫ ଏକର ଜାଗା ଉପରେ ଠିଆ ହୋଇଛି ରାଜ୍ୟର ପ୍ରମୁଖ ବରମୁଣ୍ଡା ବସ୍ଷ୍ଟାଣ୍ଡ । ନୂଆବର୍ଷରେ ଆରମ୍ଭ ହେବ ନୂଆ ବସ୍ଷ୍ଟାଣ୍ଡ, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ । ଯାତ୍ରୀଙ୍କ ଲାଗି ପ୍ରବେଶ, ପ୍ରସ୍ଥାନ ଓ ଚଲାପଥ ଭଳି ୩ ଗେଟ୍ ହୋଇଛି। ସବା ଶେଷ ଗେଟ୍ଟି ହୋଇଛି ଯାତ୍ରୀଙ୍କ ଯାତାୟାତ ଓ ଟ୍ୟାକ୍ସି ପାଇଁ। ଗ୍ରାଉଣ୍ଡ ଫ୍ଲୋରରେ ଥରକେ ପ୍ରବେଶ କରିପାରିବ ୪୦୦ଟି ବସ୍। ସମୟ ଅନୁଯାୟୀ ପୁରୁଣା ବସ୍ଷ୍ଟାଣ୍ଡରୁ ବସ୍ ଗୁଡ଼ିକ ନୂଆ ବସ୍ଷ୍ଟାଣ୍ଡ ଭିତରେ ପ୍ରବେଶ କରିବ ।
ତାପରେ ଯାତ୍ରୀଙ୍କୁ ଧରି ବସ୍ ବାହାରି ଯିବ। ଏହାରି ଭିତରେ ମୋ ବସଷ୍ଟାଣ୍ଡ୍ ବି ଅଛି। ଯାତ୍ରୀ ପ୍ରବେଶ ପରେ ରହଣି ସ୍ଥାନ କରାଯାଇଛି। ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷା ଲାଗି ସେଣ୍ଟ୍ରାଲ ଏସି, ନିଆଁ ଆୟତ୍ତ କରିବା ଲାଗି ସ୍ମୋକ ଡିକ୍ଟେଟର ଭଳି ରହିଛି ବ୍ୟବସ୍ଥା। ଗ୍ରାଉଣ୍ଡ ଫ୍ଲୋରରେ ଅଛି ୧୩୨ଟି ଦୋକାନ। ଯେଉଁ ବ୍ୟବସାୟୀଙ୍କ ଦୋକାନ ଘର ଭାଙ୍ଗିଥିଲା ସେମାନଙ୍କୁ ଏହା ହସ୍ତାନ୍ତର କରାଯିବ। ପ୍ରଥମ ମହଲାରେ ଅଛି ଆହାର କେନ୍ଦ୍ର। ଏହି ଆହାର କେନ୍ଦ୍ରରେ ଏକା ଥରକେ ୩୦୦ ଲୋକ ଖାଇପାରିବେ ।
ଏହି ଆହାର କେନ୍ଦ୍ର ପାଖରେ ରହିବ କୋରାପୁଟ କଫି କାଫେ, ମିଶନ ଶକ୍ତି ଓ ମିଲେଟ କାଉଣ୍ଟର। ଏଠାରେ ସବୁ ପ୍ରକାର ହାତ ତିଆରି ସାମଗ୍ରୀ ସମେତ ପିଠାପଣା ବିକ୍ରି କରାଯିବ। ଦ୍ବିତୀୟ ମହଲାରେ ରହିଛି ମାର୍କେଟ କମ୍ପ୍ଲେସ, ଘରୋଇ ବସ୍ ମାଲିକ ସଂଘ, ଟାକ୍ସି ସଂଘ, ମୋ ବସ୍ ଓ OSRTC ଅଫିସ। ୫୦ରୁ ଅଧିକ ଏହି ମାର୍କେଟ କମ୍ପ୍ଲେକ୍ସରେ ସବୁ ପ୍ରକାର ସାମଗ୍ରୀ ମିଳିବ। ଯେହେତୁ ରାଜ୍ୟ ଓ ରାଜ୍ୟ ବାହାରର ଯାତ୍ରୀ ଗମନାଗମନ କରିବେ, ସେଥିପାଇଁ ଖାଦ୍ୟ, ବସ୍ତ୍ର ଓ କସ୍ମେଟିକ ଓ ଔଷଧ ଦୋକାନ ରହିବ।