fbpx
BSKY
BJD MC SKY
BJD YOUTH SKY

MPhil ପାଠ୍ୟକ୍ରମ ପାଇଁ ଆବେଦନ କରିପାରିବେ ନାହିଁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ମାଷ୍ଟର ଅଫ୍ ଫିଲୋସଫି (MPhil) ପାଠ୍ୟକ୍ରମ ବନ୍ଦ କଲା ୟୁଜିସି । MPhil ଏକ ମାନ୍ୟତାପ୍ରପ୍ତ ଡ଼ିଗ୍ରୀ ନୁହେଁ ତେଣୁ ଏପରି ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆବେଦନ ନ କରିବାକୁ ୟୁଜିସି ପକ୍ଷରୁ ଚେତାବନୀ ଦିଆଯାଇଛି । ‘କିଛି ବିଶ୍ୱବିଦ୍ୟାଳୟ, ମାଷ୍ଟର ଅଫ୍ ଫିଲୋସଫି ପାଇଁ ନୂଆ ଆବେଦନ ଆହ୍ୱାନ କରୁଥିବା ୟୁଜିସି ନଜରକୁ ଆସିଛି । ତେଣୁ ଏହି ପ୍ରସଙ୍ଗରେ ସମସ୍ତଙ୍କୁ ସୂଚିତ କରାଯାଉଛି ଯେ ଏମ୍‌ଫିଲ ଡ଼ିଗ୍ରୀ ଆଉ ମାନ୍ୟତାପ୍ରାପ୍ତ ଡ଼ିଗ୍ରାୀ ନୁହେଁ’ ବୋଲି କହିଛନ୍ତି ୟୁଜିସି ସଚିବ ମନିଷ ଯୋଶୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁଜିସିର ନିୟମାବଳୀ(ପିଏଚ୍‌ଡି ଡ଼ିଗ୍ରୀ ପାଇଁ ସର୍ବନିମ୍ନ ଯୋଗ୍ୟତା ଏବଂ ପ୍ରକ୍ରିୟା), ୨୦୨୨ର ନିୟମ ନମ୍ବର ୧୪ ସ୍ପଷ୍ଟ ଭାବେ କହୁଛି ଯେ ଏଣିକି ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ କୌଣସି ଏମ୍‌ଫିଲ କୋର୍ସ ପ୍ରଦାନ କରିବେ ନାହିଁ ।

Get real time updates directly on you device, subscribe now.