fbpx

ତ୍ରିପୁରାରୁ ଆସିଲା ଦୁଃଖ ଖବର: ବିଧାୟକ ସୁରଜିତ ଦତ୍ତାଙ୍କ ପରଲୋକ

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏବେଠାରୁ ଦେଶରେ ରାଜନୈତିକ ମାହୋଲ ଦେଖିବାକୁ ମିଳିଲାଣି । ପ୍ରମୁଖ ରାଜନୈତିକ ଦଳମାନେ ଆଗାମୀ ଲଢ଼େଇ ପାଇଁ ନିଜ ନିଜ ସଂଗଠନକୁ ମଜବୁତ କରିବା ସହିତ ନୂଆ ନୂଆ ନେତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଉଛନ୍ତି । ନିକଟରେ ସମାପ୍ତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ଆଗାମୀ ଲଢ଼େଇ ପାଇଁ ଏକ ନୂଆ ସନ୍ଦେଶ ଦେଇଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ତ୍ରିପୁରା ରାମନଗର ବିଧାନସଭା ଆସନର ବିଧାୟକ ସୁରଜିତ ଦତ୍ତାଙ୍କ ପରଲୋକ ଘଟିଛି । ଗତ କିଛିଦିନ ଧରି ସୁରଜିତ ଖରାପ ସ୍ୱାସ୍ଥ୍ୟ କାରଣରୁ ଚିକିତ୍ସାଧୀନ ରହିଥିଲେ । ତାଙ୍କୁ ଚିକିତ୍ସା ନିମନ୍ତେ କୋଲକତାକୁ ଏୟାରଲିଫ୍ଟ କରାଯାଇଥିବା ବେଳେ ସେଠାରେ ସେ ଅନ୍ତିମ ନିଃଶ୍ୱାସ ତ୍ୟାଗ କରିଥିବା ଜଣାପଡ଼ିଛି ।

ସୁରଜିତ ପୂର୍ବରୁ କଂଗ୍ରେସରେ ରହି କାର୍ଯ୍ୟ କରିଥିବା ବେଳେ ୨୦୧୮ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ସାମିଲ ହୋଇଥିଲେ । ସେ ୧୯୮୮ରୁ ୧୯୯୩ ମଧ୍ୟରେ କଂଗ୍ରେସ ନେତୃତ୍ୱରେ ଗଠିତ ମେଣ୍ଟ ସରକାରରେ କ୍ୟାବିନେଟ ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ଗତ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ସିପିଏମ ପ୍ରାର୍ଥୀ ପୁରୁଷୋତ୍ତମ ରାୟ ବର୍ମନଙ୍କୁ ୮୯୭ଟି ଭୋଟରେ ପରାସ୍ତ କରିଥିଲେ । ସୁରଜିତଙ୍କ ବିୟୋଗରେ ରାଜନୀତି ସହ ଜଡ଼ିତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.