fbpx

ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳକୁ ବଡ଼ ଝଟକା, ଦ୍ୱିତୀୟ ଟେଷ୍ଟରୁ ବିଦା ହେଲେ ଟେମ୍ବା ବାଭୁମା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ମ୍ୟାଚ କେପ୍‌ଟାଉନରେ ଜାନୁଆରୀ ୩ରୁ ଖେଲାଯିବ । ଏଥିମଧ୍ୟରେ ସେଞ୍ଚୁରିୟନ ଟେଷ୍ଟରେ ଭାରତୀୟ ଦଳକୁ ୩୨ ରନରେ ହରାଇଥିବା ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା । ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କ୍ୟାପଟେନ ଟେମ୍ବା ବାଭୁମା(Temba Bavuma)ଙ୍କୁ ଶେଷ ଟେଷ୍ଟ ମ୍ୟାଚରୁ ବାଦ୍ କରିଦିଆଯାଇଛି । ସେଞ୍ଚରିୟନ ଟେଷ୍ଟର ପ୍ରଥମ ଦିନରେ ଆଘାତ ଲାଗିଥିବା କାରଣରୁ ସେ କାର୍ଯ୍ୟନିର୍ବାହୀ ଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ବର୍ତ୍ତମାନ ବାଭୁମାଙ୍କ ସ୍ଥାନରେ ଡିନ୍ ଏଲଗର୍‌(Dean Elgar) ଦ୍ୱିତୀୟ ମ୍ୟାଚରେ ଅଧିନାୟକ ପଦ ସମ୍ଭାଳିବେ । କହିରଖୁଛୁ ଭାରତ ବିପକ୍ଷରେ ଏଲଗର୍ ତାଙ୍କ ଶେଷ ଟେଷ୍ଟ ସିରିଜ ଖେଳିବାକୁ ଯାଉଛନ୍ତି ।

Get real time updates directly on you device, subscribe now.