fbpx

ଅଯୋଧ୍ୟା ପରେ ଏହି ମୁସଲିମ୍ ଦେଶରେ ହିନ୍ଦୁ ମନ୍ଦିର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜାଣନ୍ତୁ କ’ଣ ରହିଛି ବିଶେଷତ୍ୱ

ନୂଆଦିଲ୍ଲୀ: ଅଯୋଧ୍ୟାରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ବିଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ । ତେବେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୪ରେ ଅଯୋଧ୍ୟା ବ୍ୟତିତ ଆଉ ଏକ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ ଓ ଏହି ମନ୍ଦିର ଭାରତରେ ନୁହେଁ ବରଂ ମୁସଲମାନ ଦେଶରେ ନିର୍ମାଣ ହେଉଛି । ଆବୁଧାବିରେ ବିଏପିଏସ୍ ହିନ୍ଦୁ ମନ୍ଦିରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଫେବୃୟାରୀରେ ଉଦଘାଟନ କରିବେ ।

ନିର୍ମାଣର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଏହି ହିନ୍ଦୁ ମନ୍ଦିରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ବିଏପିଏସ୍ ସ୍ୱାମୀନାରାୟଣ ସଂସ୍ଥା ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ବର୍ଷ ଫେବୃୟାରୀରେ ସଂଯୁକ୍ତ ଆରବ ଏମିରେଟ୍‌ର ରାଜଧାନୀ ଆବୁଧାବିରେ ଏକ ହିନ୍ଦୁ ମନ୍ଦିରର ଉଦଘାଟନ କରିବାକୁ କରାଯାଇଥିବା ନିମନ୍ତ୍ରଣକୁ ସ୍ୱୀକାର କରିଛନ୍ତି । ସ୍ୱାମୀ ଈଶ୍ୱର ଚରଣ ଦାସ ଓ ସ୍ୱାମୀ ବ୍ରହ୍ମବିହାରୀ ଦାସଙ୍କ ନେତୃତ୍ୱରେ ବିଏପିଏସ୍ ସଂଗଠନର ପ୍ରତିନିଧି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆବାସରେ ତାଙ୍କୁ ସାକ୍ଷାତ କରି ୧୪ ଫେବୃୟାରୀରେ ଉଦଘାଟନ ଲାଗି ନିମନ୍ତ୍ରଣ କରିଛନ୍ତି ।

ଆବୁଧାବିରେ ୧୦୮ ଫୁଟ ଉଚ୍ଚତା ବିଶିଷ୍ଟ ଏହି ବିଶାଳ ହିନ୍ଦୁ ମନ୍ଦିର ୟୁଏଇରେ ପ୍ରଥମ ପଥରରେ ନିର୍ମିତ ହିନ୍ଦୁ ମନ୍ଦିର ହେବ । ଏହି ମନ୍ଦିର ୭୦୦କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ କରାଯାଉଛି । ଏହା ପଶ୍ଚିମ ଏସିଆର ସବୁଠାରୁ ବଡ ମନ୍ଦିର ଭାବରେ ପରିଚିତ ହେବ ।

Get real time updates directly on you device, subscribe now.