fbpx

ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ, ଲୋକାର୍ପିତ ହେଲା ୱାଲାବି ଖୁଆଡ଼

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର । ବିଶ୍ୱସ୍ତରୀୟ ହେବ ନନ୍ଦନକାନନ । ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୪ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏନେଇ ସୁଚନା ଦିଆଯାଇଛି । ଏହି ପ୍ରତିଷ୍ଠା ଦିବସ ଅବସରରେ ଜଟଣୀ ବିଧାୟକ ସୁରେଶ ରାଉତରାୟ, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବନ୍ୟ ପ୍ରାଣୀ ପିସିସିଏଫ୍‌ଙ୍କ ସହ ଅନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।

୧୯୬୦ ମସିହାରେ କିଛି ଜୀବଜନ୍ତୁଙ୍କୁ ନେଇ ଆରମ୍ଭ ହୋଇଥିବା ନନ୍ଦନକାନନରେ ବର୍ତ୍ତମାନ ୨୨୦ ଖୁଆଡ଼ରେ ୧୬୩ ପ୍ରଜାତିର ୪୧୭୫ ଜୀବଜନ୍ତୁ ରହିଛନ୍ତି । ଆଗାମୀ ବର୍ଷ ଭିତରେ ନନ୍ଦନକାନନକୁ ବିଶ୍ୱସ୍ତରୀୟ କରାଯିବା ନେଇ ରାଜ୍ୟ ସରକାର ଲକ୍ଷ ରଖିଛନ୍ତି । ତେଣୁ ଆଗାମୀ ୮ରୁ ୧୦ ମାସ ଭିତରେ ନନ୍ଦନକାନନର ରୂପରେଖା ବଦଳିଯିବ ବୋଲି କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ । ସେଥିପାଇଁ ନନ୍ଦନକାନନ ଚନ୍ଦକା ଜଙ୍ଗଲକୁ ସମ୍ପ୍ରସାରଣ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ମାଷ୍ଟରପ୍ଲାନ ଉପରେ ପ୍ରାଣୀ ଉଦ୍ୟାନ କତ୍ତୃପକ୍ଷ ମୋହର ମାରିଛନ୍ତି । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ୱାଲାବି ଖୁଆଡ଼ ସହ କାସୁଆରୀ ପକ୍ଷୀ ପାଇଁ ସ୍ୱତନ୍ତ୍ର ଏନକ୍ଲୋଜର ଏବଂ ଅଷ୍ଟ୍ରିଚ୍ ଖୁଆଡ଼ ଓ ରୋପୱେ ଳୋକାର୍ପିତ କରିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ । ଖୁବ୍ ଶୀଘ୍ର ନାଇଟ୍ ସଫାରି ଆରମ୍ଭ ହେବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.