fbpx

(video)ଟ୍ୱିଙ୍କିଲଙ୍କ ଜନ୍ମଦିନରେ ମଜାଦାର ଭିଡିଓ ସେୟାର କରି ଶୁଭେଚ୍ଛା ଜଣାଇଲେ ଅକ୍ଷୟ କୁମାର, ଫ୍ୟାନ୍ସ ହେଲେ ବିମୋହିତ

ମୁମ୍ବାଇ:ଅକ୍ଷୟ କୁମାର ଓ ଟ୍ୱିଙ୍କିଲ ଖାନାଙ୍କ ଯୋଡି ବଲିଉଡ୍‌ରେ କିଛି ଲୋକପ୍ରିୟ ଯୋଡି ମଧ୍ୟରୁ ଅନ୍ୟତମ । ଏହି ଯୋଡିକୁ ଫ୍ୟାନ୍ସଙ୍କ ପକ୍ଷରୁ ବେଶ୍ ଭଲପାଇବା ମିଳିଥାଏ । ଉଭୟ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି ଓ ମିଳିତ ଫଟୋ ଫ୍ୟାନ୍ସଙ୍କ ସହ ସେୟାର କରିଥାନ୍ତି । ଆଜି ଟ୍ୱିଙ୍କିଲ ଖାନା ନିଜର ଜନ୍ମଦିନ ମନାଉଥିବା ବେଳେ ଖିଲାଡି ଅକ୍ଷୟ କୁମାର ନିଜ ପତ୍ନୀଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ସତ କିନ୍ତୁ ସଂପୂର୍ଣ୍ଣ ଭିନ୍ନ ଅନ୍ଦାଜରେ । ଅଭିନେତାଙ୍କ ଶୁଭେଚ୍ଛା ଜଣାଇବାର ଏହି ତରିକା ବେଶ୍ ଫନୀ ରହିଛି ।

 

View this post on Instagram

 

A post shared by Akshay Kumar (@akshaykumar)

ଟ୍ୱିଙ୍କିଲ ଖାନାଙ୍କ ଜନ୍ମଦିନରେ ଅକ୍ଷୟ କୁମାର ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଟ୍ୱିଙ୍କିଲ ଖାନାଙ୍କ ଦୁଇଟି ରୂପ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଭିଡିଓ ଆରମ୍ଭରେ ଟ୍ୱିଙ୍କିଲଙ୍କୁ ଏକ ଧଳା ଡ୍ରେସ୍‌ରେ ଦେଖିବାକୁ ମିଳିଛି ଯାହା ଉପରେ ଲେଖାଯାଇଛି ‘କ’ଣ ଦେଖି ମୁଁ ବିବାହ କରିଥିଲି’ ଓ ଏହା ଆଗକୁ ଏକ ଭିଡିଓ ରହିଛି ଯେଉଁଥିରେ ସେ ଏକ ହଲ୍କ ମୂର୍ତ୍ତି ଆଗରେ ଛିଡା ହୋଇ ଟ୍ୱିଙ୍କିଲ ଫନୀ ଆକ୍ସନ କରୁଛନ୍ତି । ଏହି ଭିଡିଓ ବାଲା ଫଟୋ ଉପରେ ଲେଖାଯାଇଛି, ‘ପ୍ରକୃତରେ କ’ଣ ମିଳିଲା’ । ପ୍ରଥମ ଭିଡିଓରେ ଟ୍ୱିଙ୍କିଲଙ୍କ ଲୁକ୍ ବେଶ୍ ଆକର୍ଷଣୀୟ ଥିବା ବେଳେ ଦ୍ୱିତୀୟ ଭିଡିଓରେ ତାଙ୍କ ଲୁକ୍ ବେଶ୍ ସରଳ ରହିଛି ।

ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଫ୍ୟାନ୍ସଙ୍କ ସହ ସେୟାର କରି ଅକ୍ଷୟ ଲେଖିଛନ୍ତି, ‘ମୋ ହଲ୍କ ତୁମେ ଦୀର୍ଘାୟୁ ହୁଅ’ । ମୋ ଜୀବନରେ ଏତେ ବର୍ଷ ଜଡିତ ରହିଥିବାରୁ ଧନ୍ୟବାଦ । ଈଶ୍ୱର ତୁମ ସହ ଆହୁରି ବହୁ ବର୍ଷ ଜୀଇଁବାକୁ ସୁଯୋଗ ଦିଅନ୍ତୁ ।

Get real time updates directly on you device, subscribe now.