fbpx
BSKY SKY
BSKY SKY

ଭୁବନେଶ୍ୱର: ‘Ola’ ଡ୍ରାଇଭରଙ୍କୁ ଅପହରଣ କରି ୧୦ ଲକ୍ଷ ମାଗୁଛନ୍ତି ଦୁର୍ବୃତ୍ତ

BSKY

ଭୁବନେଶ୍ୱର: ନୂଆବର୍ଷ ପୂର୍ବରୁ ଅଧିକ ଅଶାନ୍ତ ହେଉଛି ରାଜଧାନୀ ଭୁବନେଶ୍ୱର। ‘Ola’ ଡ୍ରାଇଭରଙ୍କୁ ଅପହରଣ ପରେ ମୁଣ୍ଡ ଜାମିନ ରଖି ଦୁର୍ବୃତ୍ତ ମାଗିଲେ ୧୦ ଲକ୍ଷ ଟଙ୍କା। ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ପାତ୍ରପଡ଼ା ଅଞ୍ଚଳରେ।

‘Ola’ ଡ୍ରାଇଭରଙ୍କୁ ଅପହରଣ ପରେ ତାଙ୍କ ପତ୍ନୀଙ୍କୁ ଫୋନ କରି ୧୦ ଲକ୍ଷ ଟଙ୍କା ଅପହରଣକାରୀ ମାଗିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ ମାଡ଼ ମାରିବା ସହ ଭିଡିଓ କଲରେ ସେହି ଦୃଶ୍ୟ ସ୍ତ୍ରୀଙ୍କୁ ଦେଖାଇ ଟଙ୍କା ଦେବାକୁ ବାଧ୍ୟ କରାଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି। ଅପହୃତ ଡ୍ରାଇଭରଙ୍କ ନାଁ ଶଙ୍କର୍ଷଣ ଦାସ।

ଗତକାଲି ରାତି ୮ଟା ବେଳେ ପାତ୍ରପଡ଼ା କ୍ରିଷ୍ଣା ବିହାରରୁ ଶଙ୍କର୍ଷଣଙ୍କୁ ଏକ କାରରେ କିଛି ଦୁର୍ବୃତ୍ତ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଖଣ୍ଡଗିରି ଥାନାରେ ଶଙ୍କର୍ଷଣଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ କରୁଛି ଖଣ୍ଡଗିରି ପୋଲିସ।

Get real time updates directly on you device, subscribe now.