fbpx

ଭାରତୀୟ ନୌସେନାରେ ବଡ ପରିବର୍ତ୍ତନ କଲେ ମୋଦୀ ସରକାର, ବଦଳାଇ ଦେଲେ ଇଂରେଜ ଶାସନ ସମୟର ପରିଚୟକୁ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ଭାରତୀୟ ନୌସେନା ସ୍ୱରୂପରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି । ନୌସେନା ଧ୍ୱଜ ପରେ ଏବେ ଅଧିକାରୀଙ୍କ କାନ୍ଧରେ ଲାଗୁଥିବା ଷ୍ଟ୍ରାପ୍ସ ବା ପଟ୍ଟୀରେ ପରିବର୍ତ୍ତନ କରାଯାଇଛି । ଏ ପର୍ଯ୍ୟନ୍ତ ଭାରତୀୟ ନୌସେନା ଅଧିକାରୀ ଇଂରେଜ ସମୟରୁ ଚାଲି ଆସୁଥିବା ଗୁଲାମୀର ପ୍ରତୀକକୁ ପିନ୍ଧି ଆସୁଥିଲେ । କିନ୍ତୁ ଏବେ ସେମାନେ ସ୍ୱରାଜର ସ୍ୱପ୍ନ ଦେଖିଥିବା ଶିବାଜୀ ମହାରାଜାଙ୍କ ନୌସେନାରୁ ପ୍ରେରଣା ପାଇ ନିର୍ମାଣ କରାଯାଇଥିବା ପଟ୍ଟୀ(ଏପୋଲେଟସ୍‌) ପିନ୍ଧିବେ ।

ଏଠାରେ ସୂଚାଇ ଦିଆଯାଇପାରେ କି ଚଳିତ ବର୍ଷ ନୌସେନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଡମିରାଲଙ୍କ କାନ୍ଧ ଉପରେ ନୂଆ ଡିଜାଇନର ଏପୋଲେଟସ୍ ନେଇ ଘୋଷଣା କରିଥିଲେ । ଆଜି ଅର୍ଥାତ୍ ୨୯ ଡିସେମ୍ବରରେ ନୌସେନା ଏହି ନୂଆ ଏପୋଲେଟସ୍‌ର ଝଲକ ଦେଖାଇଛନ୍ତି । ଏହି ନୂଆ ଏପୋଲେଟସ୍‌କୁ ଛତ୍ରପତି ଶିବାଜୀ ମହାରାଜାଙ୍କ ନୌସେନାର ସଂକେତ ବା ରାଜମୁଦ୍ରାରୁ ପ୍ରେରିତ ହୋଇ ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଆମେ ବ୍ରିଟିଶ ଶାସନ ସମୟର ଚିହ୍ନ ଓ ପରିଚୟକୁ ନିଶ୍ଚିହ୍ନ କରିଦେବାକୁ ଚାହୁଁଛୁ । ଗୁଲାମୀ ମାନସିକତାରୁ ବାହାରକୁ ଆସି ଆମକୁ ଆଗକୁ ବଢିବାକୁ ହେବ ବୋଲି ସେ କହିଛନ୍ତି । ନୌସେନାର ନୂଆ ଏପୋଲେଟସ୍‌ରେ ୫ ଗୋଟି ଚିହ୍ନ ରହିଛି । ପ୍ରଥମ ଗୋଲ୍ଡେନ ନ୍ୟାଭି ବଟନ, ଦ୍ୱିତୀୟ ଅଶୋକ ମୁଦ୍ରା ସହ ଅକ୍ଟାଗନ୍‌, ତୃତୀୟ ଖଣ୍ଡା, ୪ର୍ଥ ଟେଲିସ୍କୋପ୍‌, ୫ମ ଅଧିକାରୀଙ୍କ ର‌୍ୟାଙ୍କ ହିସାବରେ ୱାଟର ଷ୍ଟାର ।

Get real time updates directly on you device, subscribe now.