fbpx

ହୋଟେଲର ବାଥଟବକୁ ଅସନା କରିବା ଅଭିଯୋଗରେ ଟାଇଟଲରୁ ବଞ୍ଚିତ ହେଲେ ଚେସ୍ ଖେଳାଳୀ

ଓଡ଼ିଶା ଭାସ୍କର: ବେଳେ ବେଳେ ଲୋକମାନେ ଏପରି କାର୍ଯ୍ୟ କରିଥାନ୍ତି ଯେଉଁଥିପାଇଁ ସେମାନଙ୍କ ମାନ୍‌, ସମ୍ମାନ ଓ ପ୍ରତିଷ୍ଠା ଉପରେ ଆଞ୍ଚ୍ ଆସିଥାଏ । ଏଭଳି କିଛି ଘଟିଛି ଚୀନର ବିଶିଷ୍ଟ ଚେସ୍ ଚମ୍ପିଆନ୍ Yan Chenglongଙ୍କ ସହ । ସେ ଏପରି କିଛି କାମ କରିଛନ୍ତି ଯେଉଁଥିପାଇଁ ଚେସ୍ ଟୁର୍ଣ୍ଣାମେଣ୍ଟର ‘Xiangqi King’ ନାମକ ପ୍ରତିଷ୍ଠିତ ଟାଇଟଲରୁ ବଞ୍ଚିତ ହୋଇଛନ୍ତି ।
ସୂତ୍ରରୁ ପ୍ରକାଶ ଡିସେମ୍ବର ୧୭ରେ ଚୀନରେ ଚେସ୍ ଟୁଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ Yan Chenglong ଚମ୍ପିଆନ ହେବା ସହ ତାଙ୍କୁ ‘Xiangqi King’ ନାମକ ସମ୍ମାନଜନକ ଟାଇଟଲ୍ ଜିତିଥିଲେ । ସାରା ଦେଶ ଏଥିପାଇଁ ଉତ୍ସବମୁଖର ଥିଲା । କିନ୍ତୁ ଏହି ଖୁସି ବେଶି ଡେରି ପର୍ଯ୍ୟନ୍ତ ତିଷ୍ଟି ପାରିଲା ନାହିଁ । ଚୀନ ଚେସ୍ ଆସୋସିଏସନ୍ ଦ୍ୱାରା Yanଙ୍କ ବ୍ୟବହାରକୁ ନେଇ ତାଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲା । ଚୀନ ଚେସ୍ ଆସୋସିଏସନଙ୍କ କହିବାନୁଯାୟୀ ସେ ହେଟେଲର କ୍ଷତି କରିବା ସହ ବ୍ୟବହାରରେ ଶାଳୀନତାର ଉଲଙ୍ଘନ କରିଛନ୍ତି । ଫଳରେ ସମସ୍ତଙ୍କ ସାମ୍ନାରେ ତାଙ୍କ ଛବି ନଷ୍ଟ କରିଛନ୍ତି । ତାଙ୍କ ଉପରେ ହୋଟେଲର ବାଥଟବ୍ ଅସନା କରିଥିବା ଅଭିଯୋଗ ହୋଇଥିଲା । ତେଣୁ ଚୀନ ଚେସ୍ ଆସୋସିଏସନ୍ ଦ୍ୱାରା Yan Chenglongଙ୍କ ଟାଇଟେଲରୁ ବଞ୍ଚିତ କରାଯିବା ସହ ତାଙ୍କ ପୁରସ୍କାର ରାଶିକୁ ରଦ୍ଦ କରିବା ପାଇଁ ଘୋଷଣା କରିଛି ।

 

Get real time updates directly on you device, subscribe now.