fbpx

ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀରେ ହେବ ଭାରତର ପ୍ରଥମ ଅଣ୍ଡରୱାଟର ଟୁରିଜମ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ତ୍ୱ

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଟୁରିଜିମ ସେକ୍ଟର ଦ୍ରୁତ ଭତିରେ ବୃଦ୍ଧି ପାଇଛି । କେବଳ ପୃଥିବୀ ଉପରେ ନୁହେଁ ବରଂ ଅନ୍ତରୀକ୍ଷକୁ ନେଇ ମଧ୍ୟ ବିଭିନ୍ନ ପ୍ରକାର ଯୋଜନା ଚାଲିଛି । ତେବେ ଏହି କ୍ଷେତ୍ରରେ ଆସିବାକୁ ଯାଉଛି ଆଉ ଏକ ବିରାଟ ପରିବର୍ତ୍ତନ । ଏବେ ପାଣି ତଳେ ମଧ୍ୟ ତିଆରି ହେବାକୁ ଯାଉଛି ଟୁରିଷ୍ଟ ଡେଷ୍ଟିନେଶନ । ଭାରତରେ ପ୍ରଥମ ଥର ସମୁଦ୍ର ତଳେ ନିର୍ମାଣ ହେବାକୁ ଯାଉଛି ସବମେରାଇନ ପର୍ଯ୍ୟଟନ ସ୍ଥଳୀ । ତେବେ ପାଣିରେ ବୁଡ଼ିଯାଇଥିବା ଶ୍ରୀକୃଷ୍ଣଙ୍କ ଦ୍ୱାରିକା ନଗରୀରେ ଏହି ସବମେରାଇନ ତିଆରି ହେବାକୁ ଯାଉଥିବା ଜଣାପଡ଼ିଛି ।

ବିଗତ କିଛି ମାସ ହେବ ସରକାର ଧାର୍ମିକ ସ୍ଥଳରେ ପର୍ଯ୍ୟଟନ ଉପରେ ବେଶ ଜୋର ଦେବାରେ ଲାଗିଛି । ତେବେ ଏତି ମଧ୍ୟରେ ଗୁଜୁରାଟ ସରକକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ନିକଟରେ ଗୁଜୁରାଟ ସରକାର ମଜଗାଁୱ ଡକ ସହିତ ଏକ ଲହଟ କରିଛନ୍ତି । ଯାହା ଅନୁଯାୟୀ ଭଗବାନ ଶ୍ରୀକୃଷ୍ଣଙ୍କର ବୁଡ଼ିଯାଇଥିବା ଦ୍ୱାରିକା ନଗରୀର ସମୁଦ୍ର କୂଳରେ ସବମେରାଇନ କରି ପର୍ଯ୍ୟଟନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ପ୍ରୋଜେକ୍ଟକୁ ଆସନ୍ତା ବର୍ଷ ଦୀପାବଳି ସୁଦ୍ଧା ଶେଷ କରିବାକୁ ସରକାର ଲକ୍ଷ ରଖିଛନ୍ତି ।

ତେବେ ଏହା ଦ୍ୱାରା ସବମେରାଇନରେ ବସି ପର୍ଯ୍ୟଟକମାନେ ସବୁଦ୍ର ଭିତରେ ୧୦୦ ମିଟର ପର୍ଯ୍ୟନ୍ତ ତଳକୁ ଯାଇପାରିବେ । ତେବେ ଏଠାରେ ସେମାନଙ୍କୁ ଅଣ୍ଡରୱାଟର ଦୃଶ୍ୟ ଦେଖାଯିବା ସହିତ ମେରାଇନ ଲାଇଫ ଏବଂ ଦ୍ୱାରିକା ନଗରୀ ମଧ୍ୟ ଦେଖାଯିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରୋଜେକ୍ଟର କେବଳ ଲହଟ ପ୍ରସ୍ତୁତ କରାଯାଇଛି ।

କ’ଣ ରହିଛି ବିଶେଷତ୍ତ୍ୱ

– ସବମେରାଇନରେ ଏକା ସାଙ୍ଗରେ ୨୪ ଜଣ ଯାତ୍ରା କରିବାର ସୁବିଧା ରହିବ

– ପାଣିର ୩୦୦ ଫୁଟ(୧୦୦ ମିଟର) ତଳେ ଦ୍ୱାରିକା ଦ୍ୱୀପର ସାମୁଦ୍ରିକ ବିଶେଷତା ଦେଖିବାକୁ ମିଳିବ

– ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ଦେଖିବା ପାଇଁ ଭିୟୁ ୱିଣ୍ଡୋ ରହିବ

– ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯିବ

Get real time updates directly on you device, subscribe now.