fbpx

୨୦୨୪ ନୂଆବର୍ଷରେ ଏହି ଜିନିଷ କିଣିବା ଦ୍ୱାରା କୃପାବର୍ଷା କରିବେ ମା’ ଲକ୍ଷ୍ମୀ: ଧନରେ ଭରିଯିବ ଘର

୨୦୨୩ ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଯଦି ଆପଣଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଚାପଗ୍ରସ୍ତ କିମ୍ବା ଆର୍ଥିକ ଦୃଷ୍ଟିରୁ କଷ୍ଟସାଧ୍ୟ ହୋଇପଡ଼ିଛି, ତେବେ ଏହା ପଛରେ ଆପଣ ବାସ୍ତୁକୁ ବିଶ୍ୱାସ ନକରିବା କାରଣ ହୋଇପାରେ । ଏଭଳି ପରିସ୍ଥିତିରେ ସମସ୍ତ ଲୋକଙ୍କ ଇଚ୍ଛା ଯେ, ସେମାନେ ନୂଆ ବର୍ଷରେ ସମସ୍ତ ପ୍ରକାର ଅସୁବିଧାରୁ ମୁକ୍ତି ପାଇବେ । ଅର୍ଥର ଅଭାବ ନରହୁ । ଘରେ ସୁଖ, ସମୃଦ୍ଧତା ଏବଂ ଖୁସିର ବାତାବରଣର ହେଉ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଆଗାମୀ ବର୍ଷ ସୁଖ, ସମୃଦ୍ଧ ଏବଂ ଅର୍ଥରେ ପରିପୂର୍ଣ୍ଣ ହେଉ, ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ ନୂଆ ବର୍ଷରେ ଏହି କିଛି ଜିନିଷ କିଣ । ଏହା ଆପଣଙ୍କ ଜୀବନରେ ବର୍ଷସାରା ଖୁସି ଆଣିବ ।

ମୟୂର ପୁଚ୍ଛ କିଣ :-
ଘରେ ମୟୂର ପୁଚ୍ଛ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହାକୁ ରଖିବା ଦ୍ୱାରା ପରିବାର ମଧ୍ୟରେ ପ୍ରେମ ବଢ଼ିଥାଏ ଏବଂ ସୁଖ ଏବଂ ସମୃଦ୍ଧତା ରହିବା ସହ ଅର୍ଥର ଅଭାବ ହୋଇ ନଥାଏ । ତେବେ ମୟୂରର ପୁଚ୍ଛ ଭଗବାନ କୃଷ୍ଣଙ୍କ ସହ ଜଡିତ । ସେଥିପାଇଁ ଘରେ ମୟୂର ପୁଚ୍ଛ ରଖିବା ଦ୍ୱାରା ଅଦ୍ଭୁତ ଓ ଚମତ୍କାର ପ୍ରଭାବ ଦେଖାଦେଇଥାଏ । ସେଥିପାଇଁ ୨୦୨୪ ବର୍ଷ ଆରମ୍ଭ ପୂର୍ବରୁ ମୟୂର ପୁଚ୍ଛ କିଣି ମନ୍ଦିର ନିକଟରେ ରଖିଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଦୁର୍ଭାଗ୍ୟର ଦ୍ୱାର ଖୋଲିଯିବ ଓ ଜୀବନ ସୁଖମୟ ହୋଇଯିବ ।

ଧାତୁ କଇଁଛ :-
ଘରେ ଏକ ଧାତୁ କଇଁଛ ରଖିବା ଅତ୍ୟନ୍ତ ଶୁଭ । ସେଥିପାଇଁ ୨୦୨୪ ବର୍ଷ ଆରମ୍ଭ ହେବା ପୂର୍ବରୁ ଏହାକୁ କିଣି ଘରେ ରଖନ୍ତୁ । ବାସ୍ତୁ ଶାସ୍ତ୍ରରେ କଇଁଛକୁ ସୁଖ, ସମ୍ପତ୍ତି ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ । ଏହାକୁ ଘରେ ରଖିବା ଦ୍ୱାରା ଖରାପ ଶକ୍ତି ଦୂରେଇ ରହିଥାଏ ଏବଂ ଘରେ ସକରାତ୍ମକ ଶକ୍ତି ଆସିଥାଏ । ନୂଆ ବର୍ଷ ଆରମ୍ଭ ହେବା ପୂର୍ବରୁ ଆପଣ ପିତ୍ତଳ କିମ୍ବା ରୂପା ଦ୍ୱାରା ନିର୍ମିତ କଇଁଛ କିଣି ରଖିପାରିବେ ।

ଧାତୁ ତିଆରି ହାତୀ :-
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଧାତୁରେ ନିର୍ମିତ ଏକ ହାତୀର ମୂର୍ତ୍ତି ଘରେ ରଖିବା ଉଚିତ୍ । ଏହାକୁ ଘରେ ରଖିବା ଦ୍ୱାରା ଘରର ଆର୍ଥିକ ସଙ୍କଟ ଦୂର ହୁଏ ଏବଂ ବ୍ୟବସାୟ ବଢ଼ିଯାଏ । ଏହା ସହିତ ସକରାତ୍ମକ ଶକ୍ତି ମଧ୍ୟ ସଞ୍ଚାର ହୋଇଥାଏ, ତେଣୁ ନୂଆ ବର୍ଷ ପାଇଁ ଏଥର ରୂପା ଧାତୁରେ ନିର୍ମିତ ଏକ ହାତୀ ମୂର୍ତ୍ତି କିଣନ୍ତୁ ।

 

Get real time updates directly on you device, subscribe now.