fbpx

ଜାନୁଆରୀ ମାସ ୧ ତାରିଖରେ ଆମେ ନୂଆବର୍ଷ କାହିଁକି ପାଳନ କରୁ? କ’ଣ ରହିଛି ଏହାର ଇତିହାସ

ଆଧୁନିକ କ୍ୟାଲେଣ୍ଡର ଅନୁସାରେ ଆମେ ପ୍ରତିବର୍ଷ ଜାନୁଆରୀ ମାସ ୧ ତାରିଖରେ ନୂଆବର୍ଷ ପାଳନ କରିଥାଉ । ବିଶ୍ୱର କୋଣ ଅନୁକୋଣରେ ମଧ୍ୟରାତ୍ରିରୁ ଏହି ଉତ୍ସବକୁ ବଡ଼ ଧୂମଧାମରେ ପାଳନ କରାଯାଇଥାଏ । ତେବେ ଏଭଳି ସ୍ଥିତିରେ ଆପଣମାନେ ବର୍ଷର ମାର୍ଚ୍ଚ କି ଡିସେମ୍ବର ମାସକୁ ନୂଆବର୍ଷ ଭାବେ କେବେ କଳ୍ପନା କରିପାରିବେ କି? ଆଧୁନିକ କ୍ୟାଲେଣ୍ଡର ଅନୁସାରେ ଜାନୁଆରୀ ୧ ତାରିଖରୁ ପ୍ରତି ବର୍ଷର ଆରମ୍ଭ ହୋଇଥାଏ । ତେବେ ଏହାକୁ ଅଧିକାଂଶ ରାଷ୍ଟ୍ର ଗ୍ରହଣ କରିନାହାନ୍ତି । ଏହା ପଛରେ ଏକ ବିସ୍ତୃତ ଇତିହାସ ରହିଛି ।

ଶହ ଶହ ବର୍ଷ ପୂର୍ବରୁ ଭୌଗୋଳିକ ସୀମା ଓ ସଭ୍ୟତା ମଧ୍ୟରେ ବାସ କରୁଥିବା ଲୋକମାନେ ତାରିଖ ଓ ସିଜିନର ଗଣନା କରିବା ପାଇଁ ନିଜ ନିଜର ତରିକା ପ୍ରୟୋଗ କରୁଥିଲେ । ପୂର୍ବରୁ ମାର୍ଚ୍ଚ ୨୫ ଓ ଡିସେମ୍ବର ୨୫ ସହିତ ବିଭିନ୍ନ ତାରିଖମାନଙ୍କରେ କ୍ୟାଲେଣ୍ଡର ଆରମ୍ଭ ହେଉଥିଲା । ତେଣୁ ଜାନୁଆରୀ ନୂଆ ବର୍ଷ କିପରି ହେଲା ତାହା ଏକ ବଡ଼ ପ୍ରଶ୍ନ?

ଆଧୁନିକ କ୍ୟାଲେଣ୍ଡର ଆସିବା ପରେ ଏହା ଜାନୁଆରୀ ୧ରୁ ଆରମ୍ଭ ହୋଇଥିଲା । ତେବେ ଏକ ସାଧାରଣ କ୍ୟାଲେଣ୍ଡରରେ ପହଞ୍ଚିବା ଏକ ସାଧାରଣ କଥା ନଥିଲା । ଏଥିପାଇଁ ବିଭିନ୍ନ ସାମ୍ରାଜ୍ୟ ଓ ସଭ୍ୟତା ମଧ୍ୟରେ ବହୁ ବିବାଦ ତଥା ତର୍କ ଦେଖିବାକୁ ମିଳିଥିଲା । ଏଥିପାଇଁ ପାଖାପାଖି ୧ ଶତାବ୍ଦୀ ବର୍ଷ ସମୟ ଲାଗିଯାଇଥିଲା । ଏପରି କ୍ରାନ୍ତିକାରୀ ପଦକ୍ଷେପ ପାଇଁ ଜୁଲିଅସ ସିଜାର ଓ ପୋପ ଗ୍ରୋଗୋରୀ XIIIଙ୍କୁ ଧନ୍ୟବାଦ ଦେବା ଆବଶ୍ୟକ ।

୪୫ BCEରେ ଜାନୁଆରୀ ୧ ତାରିଖକୁ ନୂଆବର୍ଷ ଭାବେ ପ୍ରଥମେ ଗ୍ରହଣ କରାଯାଇଥିଲା । ତା’ ପୂର୍ବରୁ ରୋମାନ କ୍ୟାଲେଣ୍ଡର ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିଲା ଓ ତାହା ୩୫୫ ଦିନ ରହିଥିଲା । ଏଥିସହିତ ୨୭ ଦିନିଆ କିମ୍ବା ୨୮ ଦିନିଆ ମାସକୁ ଅନେକ ସମୟରେ ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ରଖାଯାଉଥିଲା । ପ୍ରଥମ ଶତାବ୍ଦୀ BCEରେ ରୋମାନ ଏକଛତ୍ରବାଦୀ ଶାସକ ଜୁନିଅସ ସିଜାର କ୍ଷମତାକୁ ଆସିବା ପରେ କ୍ୟାଲେଣ୍ଡର କ୍ଷେତ୍ରରେ ସଂସ୍କାର ଆଣିଥିଲେ ।

ତେବେ ଜୁଲିଅସଙ୍କ କ୍ୟାଲେଣ୍ଡର ବେଶ ଲୋକପ୍ରିୟତା ହାସଲ କରିଥିଲେ ହେଁ ୧୬ତମ ଶତାବ୍ଦୀ CEର ମଧ୍ୟଭାଗ ପର୍ଯ୍ୟନ୍ତ ୟୁରୋପର ଅଧିକାଂଶ ଅଞ୍ଚଳ ତାହାକୁ ଗ୍ରହଣ କରିନଥିଲେ । ଏହା ପୂର୍ବରୁ ରୋମର ପ୍ରତିଷ୍ଠାତା ରୋମୁଲୁସ ୮ମ ଶତାବ୍ଦୀ BCEରେ କ୍ୟାଲେଣ୍ଡର ସ୍ଥାପନା କରିଥିଲେ । ଉକ୍ତ କ୍ୟାଲେଣ୍ଡର (ମାର୍ଟିଅସ) ମାର୍ଚ୍ଚରେ ଆରମ୍ଭ ହୋଇଥିବା ବେଳେ ସେଥିରେ ମାତ୍ର ୩୦୪ ଦିନ ବା ୧୦ ମାସ ରହିଥିଲା । ଏଥିସହିତ ସେଥିରେ ଶୀତ ଦିନ ସ୍ଥାନ ପାଇନଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.