fbpx

ସମୁଦ୍ରରେ ବୈଜ୍ଞାନିକ ଆବିଷ୍କାର କଲେ ବିରଳ ଜୀବ, ଅଧା ପଶୁ ଅଧା ଉଦ୍ଭିଦ

ନୂଆଦିଲ୍ଲୀ:ଆପଣ ଏପରି ଜୀବ ବିଷୟରେ ଜାଣିଛନ୍ତି କି ଯିଏ ବିଭିନ୍ନ ପ୍ରାଣୀଙ୍କୁ ଖାଉଛି ଏହା ସହ ଉଦ୍ଭିଦ ପରି ଖାଦ୍ୟ ବି ପ୍ରସ୍ତୁତ କରୁଛି । କିମ୍ବା କୌଣସି ପଶୁ କେବଳ ବୃକ୍ଷଲତା ଖାଇ ନିଜେ ବୃକ୍ଷ ପରି କାମ କରିପାରିବ କି? ସମୁଦ୍ରରେ ଏପରି ଏକ ଜୀବର ସନ୍ଧାନ କରାଯାଇଛି ନା ଆପଣ ତାକୁ ବୃକ୍ଷ କହିପାରିବେ ନା କୌଣସି ପଶୁ । କିନ୍ତୁ ଏହା ନିଜ ମଧ୍ୟରେ ଏପରି ରୋଚକ ଉପାୟରେ ଏପରି କ୍ଷମତା ବିକଶିତ କରିଥାଏ ଯଦ୍ୱାରା ଏହା ଗଛ ପରି ଖାଦ୍ୟ ପ୍ରସ୍ତୁତ କରି ପାରିଥାଏ ।

ଏହି ବିରଳ ଜୀବକୁ ସମୁଦ୍ର ସ୍ଲଗ କୁହାଯାଏ । ଏହା ମଧ୍ୟରେ କ୍ଲୋରୋଫିଲ୍ ରହିଥାଏ । ଏହାର ଉପଯୋଗ ସେ ସୂର୍ଯ୍ୟଙ୍କ କିରଣ ଜରିଆରେ ନିଜର ଖାଦ୍ୟ ପ୍ରସ୍ତୁତ ଲାଗି କରିଥାଏ । ଏହା ଅନ୍ୟ ବୃକ୍ଷ ପରି ଫଟୋସିନଥେସିସ୍ ପ୍ରକ୍ରିୟାରେ ଖାଦ୍ୟ ପ୍ରସ୍ତୁତ କରିଥାଏ । ତେବେ ମଜାର କଥା ହେଉଛି ଏଥିରେ ପ୍ରଥମରୁ କ୍ଲୋରୋଫିଲ୍ ନ ଥାଏ । ଏହା ନିଜ ଜୀବନକାଳ ମଧ୍ୟରେ ଅନେକ ବୃକ୍ଷଲତା ଖାଇ ଖାଇ କ୍ଲୋରୋଫିଲ୍ ପାଇଥାଏ । ଏହା ଖାଦ୍ୟକୁ ପଶୁଙ୍କ ପରି ହଜମ କରିଥାଏ । ଏହି ଅଜବ ବୃକ୍ଷ ଆମେରିକା ଓ କାନାଡାର ତଟବର୍ତ୍ତୀ ଅଞ୍ଚଳରେ ଦେଖାଯାଉଥିବା ଲବଣାକ୍ତ ଦଳ, ପୁଷ୍କରିଣୀ ଆଦିରେ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.