ନିକଟରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ କିଛି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ପୁଣି ଆସିଛି ଏକ ନିଯୁକ୍ତି ସୁଯୋଗ । ରାଜ୍ୟରେ କନିଷ୍ଠ ପ୍ରବର୍ତ୍ତନ ଅଫିସର ଓ କନିଷ୍ଠ ଆକାଉଣ୍ଟାଣ୍ଟ ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଓଏସଏସସିର ଅଫିସିଆଲ ୱେବସାଇଟକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।
ଜାନୁଆରୀ ମାସ ୧୬ ତାରିଖରୁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ ହୋଇ ଫେବୃଆରୀମାସ ୧୫ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଜାନୁଆରୀ ୧୬ରୁ ଫେବୃଆରୀ ୧୮ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ସବମିଶନ୍ କରିପାରିବେ । ଜାନୁଆରୀ ୧୬ରୁ ଫେବୃଆରୀ ୨୦ ମଧ୍ୟରେ ଅନଲାଇନ୍ ଆପ୍ଲିକେସନ ଫର୍ମ ସଂଶୋଧନ କରାଯିବ । ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।
ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ଡାଇରେକ୍ଟର ବିଭାଗରେ କନିଷ୍ଠ ପ୍ରବର୍ତ୍ତନ ଅଫିସରଙ୍କୁ ନିଯୁକ୍ତି ଦିଆଯିବ । ସେହିପରି ଆଇନ ପଦ୍ଧତି ନିୟନ୍ତ୍ରକ ବିଭାଗରେ କନିଷ୍ଠ ଆକାଉଣ୍ଟାଣ୍ଟକୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀ ଜଣେ ଭାରତୀୟ ନାଗରିକ ହେବା ସହିତ ସେ ଓଡ଼ିଆ ଭାଷା କହିବା, ଲେଖିବା ଓ ପଢ଼ିବା ଜାରିଥିବେ । ପ୍ରାର୍ଥୀ ଯେ କୌଣସି ଷ୍ଟ୍ରିମରେ ସ୍ନାତକ ପାସ କରିବା ସହିତ କମ୍ପ୍ୟୁଟର ଜାଣିଥିବେ । ୨୦୨୩ ମସିହା ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ପ୍ରିଲିମିନାରୀ ଓ ମେନ୍ ଦୁଇଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ ।