fbpx

ଏକ ବିରଳ ଘଟଣା: ଜଣେ ମହିଳା ଦୁଇଟି ଗର୍ଭାଶୟରେ ଗର୍ଭଧାରଣ କଲେ, ଦୁଇ ଶିଶୁଙ୍କୁ ଜନ୍ମଦେଲେ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ପୃଥିବୀରେ ଏଭଳି କିଛି ଘଟଣା ଘଟିଥାଏ ଯାହାକୁ ସହଜରେ କେହି ବିଶ୍ୱାସ କରନ୍ତି ନାହିଁ । ସାଧାରଣ ଭାବେ ଜଣେ ମହିଳା ଗୋଟିଏ ଗର୍ଭାଶୟରେ ୯ ମାସ ପର୍ଯ୍ୟନ୍ତ ଗୋଟିଏ ଶିଶୁକୁ ଧାରଣ କରିବା ପରେ ବହୁ କଷ୍ଟ ସ୍ୱୀକାର କରି ନବଜାତକୁ ଜନ୍ମ ଦେଇଥାନ୍ତି । ତେବେ ଆପଣଙ୍କୁ ଯଦି କୁହାଯିବ ଜଣେ ମହିଳାଙ୍କର ଦୁଇଟି ଗର୍ଭାଶୟ ରହିଛି, ତେବେ ଆପଣମାନେ ହୁଏତ ଏହି କଥାକୁ ବିଶ୍ୱାସ କରିନପାରନ୍ତି । ତେବେ ଏଭଳି ଏକ ବିରଳ ଘଟଣା ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଜଣେ ମହିଳା ଦୁଇଟି ଗର୍ଭାଶୟ ରହିଥିଲା । ସବୁଠାରୁ ବଡ଼କଥା ହେଉଛି ମହିଳା ଜଣଙ୍କ ଦୁଇଟି ଯାକ ଗର୍ଭାଶୟରେ ଗର୍ଭଧାରଣ କରିଥିଲେ ଓ ଦୁଇଟି ଶିଶୁଙ୍କୁ ଜନ୍ମ ଦେଇଥିଲେ । ଆମେରିକାର ଅଲାବାମାରୁ ଆସିଛି ଏଭଳି ଏକ ବିରଳ ତଥା ଆଶ୍ଚର୍ଯ୍ୟଜନକ ମାମଲା । କେଲସୀ ହେଚର ନାମକ ଉକ୍ତ ମହିଳାଙ୍କ ଦୁଇଟି ଗର୍ଭରୁ ଦୁଇଜଣ ଶିଶୁ ଜନ୍ମ ନେଇଥିଲେ । ସେହି ଘଟଣାକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେଉଛି ।

ମହିଳା ଜଣଙ୍କ ପ୍ରଥମ ବେବିକୁ ଜନ୍ମ ଦେବା ପରେ ତାଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଥିଲେ । ତେବେ ଏହା ପରେ ତାଙ୍କ ଗର୍ଭରେ ପୁଣି ଏକ ଶିଶୁ ରହିଥିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପୂର୍ବରୁ ମହିଳାଙ୍କର ଦୁଇଟି ଶିଶୁ ରହିଥିବା ବେଳେ ୨୦ ଘଣ୍ଟାର ଯନ୍ତ୍ରଣା ପରେ ସେ ତାଙ୍କର ତୃତୀୟ ଓ ଚତୁର୍ଥ ସନ୍ତାନଙ୍କୁ ଜନ୍ମ ନେଇଥିଲେ । ତେବେ ୨୦୦ କୋଟି ଲୋକଙ୍କ ମଧ୍ୟରେ ଜଣଙ୍କ କ୍ଷେତ୍ରରେ ଏପରି ଘଟଣା ଘଟିଥାଏ ବୋଲି ରିସର୍ଚ୍ଚରେ କୁହାଯାଇଛି । ତେବେ ଦୁଇଜଣ ଶିଶୁଙ୍କ ଏକ ସଙ୍ଗେ ଜନ୍ମ ଦେଇ ନିଜକୁ ବହୁତ ଭାଗ୍ୟବତୀ ମଣିଛନ୍ତି ହେଚର ।

Get real time updates directly on you device, subscribe now.