fbpx

ନିର୍ଦ୍ଧାରିତ ସମୟରେ ଖେଳାଯିବନି IND vs SA ଦ୍ୱିତୀୟ ଟେଷ୍ଟ: କେପଟାଉନ୍ ମହାସଂଗ୍ରାମ ପାଇଁ ବଦଳିଲା ସମୟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ ପାଇଁ କଠିନ ପରିଶ୍ରମ କରୁଛି ଭାରତୀୟ କ୍ରିକେଟ ଟିମ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସହ ଷ୍ଟାର ଅଲରାଉଣ୍ଡର ମଧ୍ୟ ଦ୍ୱିତୀୟ ମ୍ୟାଚ ପାଇଁ ପଡ଼ିଆରେ ପରିଶ୍ରମ କରୁଥିବା ଦେଖାଯାଇଛି । ଏହି ମ୍ୟାଚ ଜିତି ଟେଷ୍ଟ ସିରିଜକୁ ଡ୍ର କରିବା ପାଇଁ ଚେଷ୍ଟା କରିବ ଟିମ ଇଣ୍ଡିଆ । ତେବେ ଟେଷ୍ଟ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ଏହାକୁ ନେଇ ଏକ ବଡ଼ ଖବର ସାମନାକୁ ଆସିଛି । କେପଟାଉନରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ମ୍ୟାଚର ସମୟ ପରିବର୍ତ୍ତନ ହୋଇଛି । ନିର୍ଦ୍ଧାରିତ ସମୟରେ ମ୍ୟାଚ ଖେଳାଯିବ ନାହିଁ ବୋଲି ସୂଚନା ମିଳିଛି ।

ଆସନ୍ତାକାଲି(ଜାନୁୟାରୀ ୩) କେପଟାଉନରେ ଦ୍ୱିତୀୟ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା । ତେବେ ଏହି ମ୍ୟାଚକୁ ନେଇ ବର୍ତ୍ତମାନ ଏକ ବଡ଼ ଖବର ଜାଣିବାକୁ ମିଳିଛି । ଭାରତୀୟ ସମୟାନୁସାରେ, ପ୍ରଥମ ମ୍ୟାଚ ଦିନ ୧.୩୦ରେ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚର ସମୟ ଏବେ ପରିବର୍ତ୍ତନ ହୋଇଛି । ଦ୍ୱିତୀୟ ମ୍ୟାଚ ୧.୩୦ ଦିନ ୨.୦୦ରେ ଖେଳାଯିବ ବୋଲି ଜାଣିବାକୁ ମିଳିଛି । ଦ୍ୱିତୀୟ ଟେଷ୍ଟର ଏହି ସମୟ ପରିବର୍ତ୍ତନକୁ ନେଇ ଏବେ ଆଲୋଚନା ହେଉଛି । ଏ ନେଇ ବୋର୍ଡ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଲାଇଭ ଷ୍ଟାର ସ୍ପୋର୍ଟସ ଚାନେଲରେ ଦେଖିପାରିବେ କ୍ରିକେଟପ୍ରେମୀ ।

ସୂଚନା ଥାଉ କି, ପ୍ରଥମ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଦ୍ୱିତୀୟ ମ୍ୟାଚ ଜିତି ସିରିଜ ବରାବର କରିବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା । ନ୍ୟୁଲାଣ୍ଡସରେ ଆଜି ପର୍ଯ୍ୟନ୍ତ ଉଭୟ ଦଳ ମୋଟ ୬ ଥର ମୁହାଁମୁହିଁ ହୋଇଛନ୍ତି । ତେବେ ଟିମ ଇଣ୍ଡିଆ ୪ ଥର ପରାଜୟର ସାମନା କରିଥିବା ବେଳେ ୨ଟି ଟେଷ୍ଟ ଡ୍ର ରହିଛି । ବର୍ତ୍ତମାନ ସୁଦ୍ଧା କ୍ରିକେଟ ଇତିହାସରେ କେପଟାଉନର ନ୍ୟୁଲାଣ୍ଡସ ଗ୍ରାଉଣ୍ଡରେ କୌଣସି ମ୍ୟାଚରେ ବିଜୟ ହାସଲ କରିନି ଭାରତ । ତେଣୁ ଏହି ମ୍ୟାଚରେ ବିଜୟ ହାସଲ କରି ଇତିହାସ ସୃଷ୍ଟି କରିବା ସହ ସିରିଜକୁ ବରାବର କରିବା ପାଇଁ ଚେଷ୍ଟା ଜାରି ରଖିବ । ଏଥିପାଇଁ ଦଳରେ ପରିବର୍ତ୍ତନ ମଧ୍ୟ କରିପାରନ୍ତି ଅଧିନାୟକ ରୋହିତ ଶର୍ମା ।

Get real time updates directly on you device, subscribe now.