fbpx
BSKY SKY
BSKY SKY

ପତ୍ନୀଙ୍କ ସର୍ତ୍ତ ଶୁଣି ଉଡ଼ିଲା ପତିଙ୍କ ହୋସ, ଶେଷରେ କଲେ ଆତ୍ମହତ୍ୟା: ଭିଡିଓରେ କହିଲେ…

BSKY

ଉତ୍ତରପ୍ରଦେଶ: ପତ୍ନୀଙ୍କର ଅଜବ ସର୍ତ୍ତର ଚାପ ସହି ନପାରି ଜଣେ ଯୁବକ ଆତ୍ମହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ପତିଙ୍କୁ ବାରମ୍ବାର ଧର୍ମ ପରିବର୍ତ୍ତନ କରିବାକୁ ସର୍ତ୍ତ ରଖିଥିଲେ ପତ୍ନୀ । ତେବେ ଏହି ଚାପକୁ ସଯ୍ୟ କରି ନପାରି ବ୍ୟକ୍ତି ଜଣଙ୍କ ଆତ୍ମହତ୍ୟା କରିଛନ୍ତି । ତେବେ ଘଟଣାଟି ଘଟିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାର ଜୁହି ଥାନା ଅନ୍ତର୍ଗତ ମିଲିଟାରୀ କ୍ୟାମ୍ପ ଚୌକି ଅଞ୍ଚଳର । ବ୍ୟକ୍ତିଜଣଙ୍କ ସ୍ତ୍ରୀଙ୍କର ପ୍ରତାଡ଼ନା ଏବଂ ବାରମ୍ବାର ଚାପ ପକାଇବା ଫଳରେ ଅନେକ ଦିନ ହେବ ଅବସାଦଗ୍ରସ୍ତ ଥିଲେ । ତେଣୁ ସେ ଏପରି ଏକ ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏପରିକି ସେ ଆତ୍ମହତ୍ୟା ପୂର୍ବରୁ ଏକ ଭିଡିଓ କରି ସେଥିରେ ସମସ୍ତ କଥା କହିଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅଞ୍ଚଳର ବାସିନ୍ଦା ହେଲେ ୨୫ ବର୍ଷୀୟ ଶୁଭମ ବାଲ୍ମିକୀ । ତେବେ ସେଠାକାର ଜଣେ ମୁସଲମାନ ଯୁବତୀ ଖୁସବୁଙ୍କ ସହିତ ତାଙ୍କର ୧୩ ବର୍ଷର ପ୍ରେମ ସମ୍ପର୍କ ଥିଲା । ତେବେ ୩ ବର୍ଷ ତଳେ ଉଭୟ ବିବାହ ମଧ୍ୟ କରିଥିଲେ ଏବଂ ସେମାନଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ବିବାହର କିଛି ଦିନ ପରେ ହିଁ ଖୁସବୁ ସ୍ୱାମୀଙ୍କ ଉପରେ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକାଇବା ଆରମ୍ଭ କରିଥିଲେ । ଏପରିକି ଖୁସବୁ ନିଜ ଜିଦି କାରଣରୁ ନିଜ ୫ ବର୍ଷୀୟ ପୁଅକୁ ଛାଡ଼ି ବାପ ଘରକୁ ଚାଲିଯାଇଥିଲେ । ଏପରିକି ଅନେକ ସମୟରେ ଏହି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା । ଏପରିକି ଧର୍ମପରିବର୍ତ୍ତନ ନକରିବା କାରଣରୁ ଯୁବତୀ ଜଣଙ୍କ ତାଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ମଧ୍ୟ କରିଥିଲେ । ଶେଷରେ ଏପରି ଲୋକଲଜ୍ଜ୍ୟା ସମ୍ଭାଳି ନପାରି ଶୁଭମ ଆତ୍ମହତ୍ୟା କରିଥିଲେ ।

ତେବେ ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରିଥିଲେ । ଏହି ଭିଡିଓରେ ସେ କହିଛନ୍ତି ଯେ- “ପ୍ରେମର ମିଛ ଆଶ୍ୱାସନା ଦେଇ କାହା ଜୀବନ ସହିତ ଏପରି ଖେଳ ନାହିଁ । ତୁମେ ମତେ ଦର୍ମ ପରିବର୍ତ୍ତନ କରିବାକୁ କହିଥିଲ ଏବଂ ମୁଁ ରାଜି ମଧ୍ୟ ଥିଲି । କିନ୍ତୁ ତୁମେ ମୋ’ ପିତାମାତାଙ୍କ ବିଷୟରେ ଚିନ୍ତା ହିଁ କରୁନାହଁ । ତେବେ ମୁଁ କିପରି ଏହା କରି ପାରିବି? ସମୀର…. ପ୍ରେମ ଜାତି ଦେଖିନଥାଏ, ହୃଦୟ ଦେଖିଥାଏ । ଝଗଡ଼ା ହେବା ପରେ ମଧ୍ୟ ମୁଁ ତୁମକୁ ଭଲ ପାଉଥିଲି ।” ଏହା କହି ଶୁଭମ ସେଠାରେ ନିଜର ଜୀବନ ଦେଇଥିଲେ । ତେବେ ହୈଲଟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିଲା ।

ତେବେ ପୁଲିସ ମୃତକଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହିତ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଦାନ ଜାରି ରଖିଛି ।

Get real time updates directly on you device, subscribe now.