fbpx

କରୋନା ପାଇଁ ଫେରିଲା ମାସ୍କ ଗାଇଡଲାଇନ… ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ମହାମାରୀର ନୂଆ ସବ୍-ଭାରିଆଣ୍ଟ ଜେଏନ.୧ ଏବେ ଦେଶର ବିଭିନ୍ନ ରାଜ୍ୟରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । କିଛି ଦିନରୁ ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟା ଭିତରେ ଦେଶରେ ମୋଟ ୫୭୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ ଦେଶରେ ମୋଟି ଆକ୍ଟିଭ ସଂଖ୍ୟା ୪,୫୬୫ରେ ପହଞ୍ଚିଛି । ତେବେ ଏହି ସଂକ୍ରମଣକୁ ନଜରରେ ରଖି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମାସ୍କ ପାଇଁ କଟକଣା ଲାଗୁ କରିବା ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ଭାରତର ୧୦ଟି ରାଜ୍ୟରେ କରୋନାର ନୂଆ ଭାରିଆଣ୍ଟ ଜେଏନ.୧ ଭାଇରସ ଚିହ୍ନଟ ହୋଇଛନ୍ତି । ନୂଆବର୍ଷ(ଜାନୁୟାରୀ ୧) ସୁଦ୍ଧା ଦେଶରେ ପ୍ରାୟ ୧୯୭ ଲୋକଙ୍କ ମଧ୍ୟରେ ଏହି ନୂଆ ଭାରିଆଣ୍ଟ ସଂକ୍ରମଣ ଦେଖାଯାଇଛି । ଏହାକୁ ନେଇ ବର୍ତ୍ତମାନ ଦେଶକୁ ମାସ୍କ କଟକଣା ମଧ୍ୟ ଫେରିଆସିଛି । କେନ୍ଦ୍ରଶାସିତ ଅଞ୍ଚଳ ଲେହରେ ସୋମବାର ଏହି କଟକଣାକୁ ବାଧ୍ୟତାମୂଳକ କରିଛନ୍ତି । ବିଭିନ୍ନ ସାର୍ବଜନିକ ସ୍ତରରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ଏଠାକାର ସରକାର । ଏହାସହିତ କ।।ର୍ଯ୍ୟାଳୟ ଏବଂ ସାର୍ବଜନିକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମଧ୍ୟ ଅପଇଲ କରାଯାଇଛି ।

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କମିଟି ତରଫରୁ ଜାରି ହୋଇଥିବା ଆଦେଶରେ କୁହାଯାଇଛି ଯେ, ସାର୍ବଜନିକ ପରିବହନ ସହିତ କାର୍ଯ୍ୟକ୍ଷେତ୍ରରେ ଏବଂ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ସୁନିଶ୍ଚିତ କରିବାକୁ ହେବ । ଏହାବ୍ୟତୀତ କର୍ଣ୍ଣାଟକର ଲୋକମାନଙ୍କୁ ମଧ୍ୟ ଫେସ୍ ମାସ୍କ ପିନ୍ଧିବା ଏବଂ କରୋନା ସମ୍ବନ୍ଧୀୟ ଉଚିତ ପଦକ୍ଷେପ ପାଳନ କରିବା ପାଇଁ କୁହାଯାଇଛି । ଦେଶରେ ଗତ ୨୪ ଘଣ୍ଟା ଭିତରେ ୮୭୩ କୋଭିଡ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.