fbpx

ବଢିଲା ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ, ଜାଣି ନିଅନ୍ତୁ ବିଭିନ୍ନ ଷ୍ଟ୍ରିମ୍‌ରେ କେତେ ଷ୍ଟାଇପେଣ୍ଡ ବଢାଇଲେ ସରକାର

ଭୁବନେଶ୍ୱର: ବଢିଲା ନର୍ସିଂ ଓ ଫାର୍ମାସୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର । ସରକାର ବିଭିିନ୍ନ ଷ୍ଟ୍ରିମ୍‌ରେ ଷ୍ଟାଇପେଣ୍ଡ ବୃଦ୍ଧି କରିଛନ୍ତି । ଫଳରେ ଏବେ ସେମାନଙ୍କ ଉପରେ ଆଉ ଅଧିକ ଆର୍ଥିକ ବୋଝ ପଡିବ ନାହିଁ ।
ଏବେ ଡି.ଫାର୍ମା ଛାତ୍ରଙ୍କୁ ମାସିକ ମିଳିବ ୫୦୦ଟଙ୍କା ଷ୍ଟାଇପେଣ୍ଡ । ସେହିପରି ଏଏନଏମ୍ ପିଲାଙ୍କୁ ମାସିକ ୨ ହଜାର ଟଙ୍କା ମିଳିବ । ବିଏସସି(ଏନ୍‌) ଇଣ୍ଟର୍ନସିପ ଲାଗି ମାସକୁ ମିଳିବ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ । କ୍ଲିନିକାଲ ସାଇକୋଲଜିରେ ଏମ୍‌.ଫିଲ୍ ଛାତ୍ରଙ୍କୁ ମାସିକ ମିଳିବ ୧୦ ହଜାର ଷ୍ଟାଇପେଣ୍ଡ । ସାଇକାଟ୍ରିକ୍ ସୋସିଆଲ ୱାର୍କ ଏମଫିଲ୍ ଛାତ୍ରଙ୍କୁ ମିଳିବ ୧୦ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଏହି ଷ୍ଟାଇପେଣ୍ଡ ଅଭିବୃଦ୍ଧି ଛାତ୍ରଛାତ୍ରୀଙ୍କୁ ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ଲାଗି ଉତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଏହାଦ୍ୱାରା ଓଡିଶାରେ ସ୍ୱାସ୍ଥ୍ୟସେବା ଆହୁରି ସୁଦୃୃଢ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.