fbpx

କାଲି ବର୍ଷର ପ୍ରଥମ ଏକାଦଶୀ, କରନ୍ତୁନି ଏହିସବୁ ଭୁଲ୍ ଅନ୍ୟଥା ଭୋଗିବାକୁ ପଡିବ ପରିଣାମ

ବର୍ଷର ପ୍ରଥମ ଏକାଦଶୀ ୭ ଜାନୁୟାରୀ ଅର୍ଥାତ୍ କାଲି ପଡୁଛି । ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କ ଉପାସନା କରାଯାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଭାଦ୍ରପଦ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିକୁ ସଫଳା ଏକାଦଶୀ ବ୍ରତ ରଖାଯାଏ । ଜ୍ୟୋତିଷଙ୍କ କହିବା ଅନୁଯାୟୀ ଏକାଦଶୀ ଉପବାସ ରଖିବା ଦ୍ୱାରା ଆୟୁ ବୃଦ୍ଧି ହେବା ସହିତ ବ୍ୟକ୍ତି ସୁସ୍ଥ ରହିଥାଏ । ଏହା ସହିତ ବ୍ୟକ୍ତିକୁ ନିଜ କାର୍ଯ୍ୟରେ ସଫଳତା ମିଳିଥାଏ । ଏହି ବ୍ରତରେ ଶ୍ରୀହରିଙ୍କ କୃପାରୁ ଭକ୍ତଙ୍କୁ ଭୌତିକ ସୁଖ ସମୃଦ୍ଧି ବି ମିଳିଥାଏ । କିନ୍ତୁ ଏହି ବ୍ରତ ରଖିବା ସମୟରେ କେଉଁ କେଉଁ ଭୁଲ୍ ଠାରୁ ନିଜକୁ ଦୂରେଇ ରଖିବେ ଆସନ୍ତୁ ସେ ବିଷୟରେ ଜାଣିବା ।

୧-ଏହିଦିନ ତାମସିକ ଭୋଜନ ଗ୍ରହଣ କରନ୍ତୁ ନାହିଁ । ପିଆଜ କି ରସୁଣ ଖାଆନ୍ତୁ ନାହିଁ । ଏହା କରିବା ଦ୍ୱାରା ଶ୍ରୀହରି ନାରାଜ ହୋଇଯାଆନ୍ତି ।
୨-ଏହିଦିନ କାହା ପାଇଁ ଅପଶବ୍ଦର ପ୍ରୟୋଗ କରନ୍ତୁ ନାହିଁ କିମ୍ବା କାହାର ଅପମାନ କରନ୍ତୁ ନାହିଁ ।
୩-ଏହିଦିନ ସକାଳେ ଶୀଘ୍ର ନିଦରୁ ଉଠନ୍ତୁ ଓ ସନ୍ଧ୍ୟା ସମୟରେ ଶୁଅନ୍ତୁ ନାହିଁ ।
୪-ଏହିଦିନ ଭାତ ଖାଆନ୍ତୁ ନାହିଁ । ସାରା ଦିନ ଭଗବାନ ବିଷ୍ଣୁଙ୍କ ଆରାଧନାରେ ବ୍ୟତିତ କରନ୍ତୁ ।

Get real time updates directly on you device, subscribe now.