fbpx

ଶୀତଦିନେ ଗାଧୋଇବା ପରେ କରନ୍ତୁନି ଏହି ଭୁଲ୍‌, ବଢିଯିବ ଏହିସବୁ ରୋଗର ଆଶଙ୍କା

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ଅଞ୍ଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ଶୀତ ଲହରୀକୁ ଦେଖି ପ୍ରଶାସନ ପକ୍ଷରୁ ସାବଧାନତା ଅବଲମ୍ବନ କରିବାକୁ ବି ପରାମର୍ଶ ଦିଆଯାଇଛି । ଶୀତଦିନେ ବ୍ରେନ୍ ଷ୍ଟ୍ରୋକ, ହାର୍ଟ ଆଟାକ୍ ଓ ପାରାଲିସିସର ସମ୍ଭାବନା ବି ବଢିଯାଇଥାଏ । ଏହା କେତେବେଳେ ଆପଣଙ୍କ ଲାଗି ଘାତକ ସାବ୍ୟସ୍ତ ହେବ ତାହା ମଧ୍ୟ ଆପଣ ଜାଣିପାରିବେ ନାହିଁ । ଏଣୁ ଶୀତଦିନେ କିଛି ଛୋଟ ଛୋଟ କଥା ଉପରେ ଧ୍ୟାନ ରଖିବା ନିହାତି ଜରୁରୀ ।

ଡାକ୍ତରଙ୍କ ମତରେ ଏହି ସମୟରେ ବୟସ୍କମାନଙ୍କୁ ବେଶୀ ସତର୍କ ରହିବାକୁ ପଡିବ । ଏମାନେ ୧୦ଟା ପୂର୍ବରୁ ଗାଧୋଇବା ଅନୁଚିତ । ଗାଧୋଇବା ପରେ ପୁରା ଶରୀରକୁ ଭଲ ଭାବେ ତଉଲିଆରେ ପୋଛିବା ଉଚିତ । ଶରୀରରୁ ପୁରା ପାଣି ଶୁଖିଯିବା ପରେ ଉଷୁମ କପଡା ପିନ୍ଧିବା ଉଚିତ । କିନ୍ତୁ ପ୍ରାୟ ସମୟରେ ବୟସ୍କମାନେ ଗାଧୋଇବା ପରେ ଦେହକୁ ଭଲ ଭାବରେ ନ ପୋଛି କପଡା ପିନ୍ଧି ପୂଜା କରିବାକୁ ଚାଲିଯାଆନ୍ତି । ବାତାବରଣ ଗରମ ଓ ଶରୀର ଅଧିକ ଥଣ୍ଡା ରହିଥିବାରୁ ଦେହରେ ଲାଗିଥିବା ପାଣି ବାଷ୍ପୀକୃତ ହୋଇଥାଏ ଓ ବ୍ୟକ୍ତିକୁ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ । ଏହାଛଡା ବୟସ୍କ ବ୍ୟକ୍ତିମାନେ ଶୀତଦିନେ ଥଣ୍ଡାପାଣି ପରିବର୍ତ୍ତେ ଉଷୁମ ପାଣିରେ ଗାଧୋଇବା ଉଚିତ ।

ଅଧିକ ଥଣ୍ଡାରେ ଶରୀରରେ ରକ୍ତ ସଞ୍ଚାରଣ କମିଯାଏ । ଏହି କାରଣରୁ ବ୍ରେନ୍ ଷ୍ଟ୍ରୋକ୍‌, ହାର୍ଟ ଆଟାକ ଓ ପାରାଲିସିସ ଭଳି ରୋଗ ଦେଖାଦେଇଥାଏ । ସେହିପରି ଯଦି ଆପଣଙ୍କ ଘରେ ଛୋଟ ପିଲା ଅଛନ୍ତି ତେବେ ସେମାନଙ୍କୁ ସବୁବେଳେ ଉଲ୍ ପୋଷାକ ପିନ୍ଧାନ୍ତୁ । ପାଦରେ ମୋଜା ପିନ୍ଧାନ୍ତୁ । ଅନ୍ୟଥା ଚଟାଣରେ ଚାଲିବା ସମୟରେ ଥଣ୍ଡା ସିଧା ମୁଣ୍ଡକୁ ଚାଲିଯାଇଥାଏ । ମୁଣ୍ଡରେ ଟୋପି ବି ପିନ୍ଧାନ୍ତୁ ।

ସେହିପରି ଯୁବପିଢି ବାହାରକୁ କାମରେ ଯିବା ସମୟରେ ବିଶେଷ ସତର୍କ ରୁହନ୍ତୁ । ବାହାରକୁ ଯିବା ସମୟରେ ଗରମ କପଡା ପିନ୍ଧିବା ସହ ଦ୍ରୁତ ଗତିରେ ଟୁ ହ୍ୱିଲର ଚଲାଇବା ଅନୁଚିତ । ଏହା ସହିତ ମୁଣ୍ଡକୁ ଥଣ୍ଡାରୁ ରକ୍ଷା ପାଇଁ ମଫଲର ବାନ୍ଧି ଏହା ଉପରେ ହେଲମେଟ୍ ପିନ୍ଧିବା ଉଚିତ ।

Get real time updates directly on you device, subscribe now.