fbpx
BJD SKY
BJD SKY

ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଅଟ୍‌ : କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ

BJD

କୋଲକାତା: ପଶ୍ଚିମବଙ୍ଗରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ଏକ ଦଳ ଉପରେ ଆକ୍ରମଣ ହେବାର ଦୁଇ ଦିନ ପରେ ଅର୍ଥାତ ଆଜି ରାଜ୍ୟ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ କେନ୍ଦ୍ରୀୟ ଏଜେନ୍ସି ତଥା ଶାସକ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ସରକାରଙ୍କୁ ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଇଡି ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ଇଡିକୁ ସବୁଠୁ ବଡ଼ ଇଡିଅଟ୍‌ ବୋଲି କହିଛନ୍ତି। ଇଡି ଟିମ୍‌ ଉପରେ ଆକ୍ରମଣ ପରେ ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଇଡି ପକ୍ଷରୁ ଲୁକଆଉଟ ସର୍କୁଲାର ଜାରି କରିଯାଇଥିଲା। ତେବେ ଅଧୀର ରଞ୍ଜନ ଚୌଧୁରୀଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ଇଡି କଣ କରିବ? ଇଡି ହେଉଛି ସବୁଠୁ ବଡ଼ ଇଡିଏଟ୍‌। ଆଶା ବଙ୍ଗଳା ସରକାର ଏନେଇ କିଛି କାର୍ୟ୍ୟନୁଷ୍ଠାନ ନେବେ।

ସୂଚନା ଥାଉକି, ରାସନ ଦୁର୍ନୀତି ମାମଲାରେ ତୃଣମୂଳ ନେତା ଶାହାଜାହାଁଙ୍କ ଘରେ ଗତ ଦୁଇ ଦିନ ତଳେ ଚଢ଼ାଉ ହେବାର ଥିଲା, କିନ୍ତୁ ହଠାତ୍ ସ୍ଥାନୀୟ ଲୋକେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ କିଛି ଅଧିକାରୀ ଆହତ ହୋଇଥିଲେ। କେତେକ ଅଧିକାରୀଙ୍କ ମୁଣ୍ଡ ଫାଟିଯାଇଥିଲା । ଉତ୍ତର ୨୪ ପରଗାନା ଜିଲ୍ଲାର ସାଣ୍ଡେଶଖାଲି ଗ୍ରାମରେ ଇଡି ଟିମ୍ ଉପରେ ଆକ୍ରମଣ କରାଯାଇଥିଲା ଏବଂ ତାଙ୍କ ଯାନବାହନ କ୍ଷତିଗ୍ରସ୍ତ ହୋଇଥିଲା। ପରେ ଏହାକୁ ନେଇ ପଶ୍ଚିମବଙ୍ଗରେ ଅନେକ ଚର୍ଚ୍ଚା, ଆଲୋଚନା ଓ ସମାଲୋଚନା ଦେଖିବାକୁ ମିଳୁଛି। ଅନ୍ୟପଟେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ମୁଖ୍ୟ ଅଭିଯୁକ୍ତ ତଥା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାହାଜାହାନ ଶେଖଙ୍କୁ ତୁରନ୍ତ ଗିରଫ କରିବା ସହ ଆତଙ୍କବାଦୀଙ୍କ ସହ ହୋଇଥିବା ଲିଙ୍କ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Get real time updates directly on you device, subscribe now.