fbpx

୬୩ ହଜାର ଟଙ୍କାର ଦରମା… ଦଶମ ପାସ୍ ପିଲାଙ୍କୁ ସରକାରୀ ଚାକିରି ମିଳିବାର ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଦଶମ ପାସ୍ କରି ପାଠ ଛାଡ଼ି ଦେଉଥିବା ପିଲାମାନଙ୍କ ପାଇଁ ଏକ ଭଲ ସଯୋଗ ନେଇ ଆସିଛି ଭାରତୀୟ ଡାକ । ଦଶମ ପାସ୍ ପ୍ରାର୍ଥିମାନଙ୍କ ପାଇଁ ସରକାରୀ ଚାକିରି କରିବାର ଏହା ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । ଏଥିରେ ଡ୍ରାଇଭର(ସାଧାରଣ ଗ୍ରେଡ) ପଦ ପାଇଁ ନିଯୁକ୍ତି ସୁଯୋଗ ଦେଇଛି ଇଣ୍ଡିଆନ୍ ପୋଷ୍ଟ । ଏଥିରେ ଚୟନ ହୋଇପାରିଲେ ମୋଟା ଅଙ୍କର ଦରମା ପାଇପାରିବେ ପ୍ରାର୍ଥି । ଆସନ୍ତୁ ଜାଣିବା ସରକାରଙ୍କ ଏହି ନିଯୁକ୍ତି ବିଜ୍ଞପ୍ତି ବିଷୟରେ

ଭାରତୀୟ ଡାକର ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୭୮ ପଦରେ ଭର୍ତ୍ତି ହୋଇପାରିବେ ଇଚ୍ଛୁକ ପ୍ରାର୍ଥି । ତେବେ କେବଳ ଉତ୍ତରପ୍ରଦେଶ ସର୍କଲ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରିଛି ଇଣ୍ଡିଆନ୍ ପୋଷ୍ଟ । ଡାକ ବିଭାଗ ଏବଂ ଯୋଗାଯୋଗ ମନ୍ତ୍ରଣାଳୟ ପକ୍ଷରୁ ଏହି ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେଉଛି । ତେବେ ଏହି ପଦ ପାଇଁ କେବଳ ଅଫଲାଇନରେ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥି । ତେବେ ଭାରତୀୟ ଡାକରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥି ଇଣ୍ଡିଆନ୍ ପୋଷ୍ଟର ୱେବସାଇଟ indiapost.gov.in. କୁ ଯାଇ ଅନ୍ୟାନ୍ୟ ତଥ୍ୟ ହାସଲ କରିପାରିବେ ।

ତେବେ ଏଥିରେ ଆବେଦନ କରିବା ପାଇଁ ପ୍ରାର୍ଥିମାନଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ । ଏହାସହିତ ପ୍ରାର୍ଥିମାନଙ୍କ ପାଖରେ ଭାରୀ ମୋଟର ଯାନ ଡ୍ରାଇଭିଙ୍ଗର ଲାଇସେନ୍ସ ମଧ୍ୟ ରହିବା ଦରକାର । ଏହାବ୍ୟତୀତ ପ୍ରାର୍ଥିଜଣକ ଗାଡ଼ି ଚାଳନା କ୍ଷେତ୍ରରେ ଅତି କମ୍ ରେ ୩ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ପରୀକ୍ଷା ଦ୍ୱାରା ପ୍ରାର୍ଥି ଚୟନ କରାଯିବ । ଅଫିସିଆଲ ୱେବସାଇଟରେ ଦିଆ ଯାଇଥିବା ନୋଟିସରେ ପରୀକ୍ଷାର ପାଟର୍ଣ୍ଣ ଆଦି ସମ୍ପର୍କରେ ସୂଚନା ଦିଆଯାଇଛି ।
ଏହି ପଦବୀ ପାଇଁ ଆସନ୍ତା ଫେବୃଆରୀ ୧୬ ତାରିଖ ସୁଦ୍ଧା ପ୍ରାର୍ଥିମାନଙ୍କର ଆବେଦନ ପତ୍ର ନିମ୍ନଲିଖିତ ଠିକଣାରେ ପହଞ୍ଚିଯିବା ଆବଶ୍ୟକ ।

ଠିକଣା: ମ୍ୟାନେଜର, ମେଲ ମୋଟର ସର୍ଭିସ, କାନପୁର, ଜିପିଓ କମ୍ପାଉଣ୍ଡ, କାନୁପର, ୨୦୮୦୦୧, ଉତ୍ତର ପ୍ରଦେଶ ।

ଭାରତୀୟ ଡାକରେ ଆବେଦନ କରିବା ପାଇଁ ପ୍ରାର୍ଥିଙ୍କୁ ୧୦୦ ଟଙ୍କା ଦେୟ ଦେବାକୁ ପଡ଼ିବ । ଏହାପରେ ଏହି ପଦବୀ ପାଇଁ ଚୟନ ହେଲେ ମାସିକ ଦରମା ୧୯,୯୦୦ ଟଙ୍କାରୁ ୬୩,୨୦୦ ଟଙ୍କା ପର୍ଯ୍ୟନ୍ତ ରହିପାରେ ।

Get real time updates directly on you device, subscribe now.