fbpx

ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ କାହିଁକି ଦୁଇଥର ଆଗତ ହେବ ବଜେଟ: ସାଧାରଣ ବଜେଟ ଓ ଅନ୍ତରୀଣ ବଜେଟ ମଧ୍ୟରେ ତଫାତ୍ କ’ଣ?

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ତା’ ପୂର୍ବରୁ ଆସନ୍ତା ଫେବୃଆରୀ ମାସ ୧ ତାରିଖରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର ସଂସଦରେ ଅନ୍ତରୀଣ ବଜେଟ ଆଗତ କରିବେ । ତା’ପରେ ପୁଣି ଥରେ ସାଧାରଣ ବଜେଟ ଆଗତ କରାଯିବ । ଚଳିତ ବର୍ଷ ଦୁଇଥର ବଜେଟ ଉପସ୍ଥାପନ କରାଯିବ । ତେଣୁ ନିର୍ବାଚନ ବର୍ଷରେ କ’ଣ ପାଇଁ ଦୁଇଥର ବଜେଟ ଆଗତ କରାଯିବ ସେନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ଏଥିସହିତ ସାଧାରଣ ବଜଟେ ଓ ଅନ୍ତରୀଣ ବଜେଟ ମଧ୍ୟରେ କ’ଣ ଫରକ ରହିଛି ସେନେଇ ମଧ୍ୟ ମନରେ ପ୍ରଶ୍ନ ଉଠୁଛି । ନିର୍ବାଚନ ପୂର୍ବରୁ ସମ୍ପୂର୍ଣ୍ଣ ବଜେଟ ପ୍ରସ୍ତୁତ କରାଯାଇଥାଏ । ନିର୍ବାଚନୀ ଫଳାଫଳ କିଛି ବି ଆସିପାରେ । ସେଥିପାଇଁ ଯେତେବେଳେ ନିର୍ବାଚନ ହୁଏ ତା’ ପୂର୍ବରୁ ଯେଉଁସବୁ ଖର୍ଚ୍ଚର ଆବଶ୍ୟକତା ପଡ଼ିବ ସେ ବାବଦରେ ତଥ୍ୟ ଅନ୍ତରୀଣ ବଜେଟରେ ଦିଆଯାଇଥାଏ । ନିର୍ବାଚନ ପରେ ନୂଆ ସରକାର ଆସିବା ପରେ ପୂରା ବର୍ଷକର ବଜେଟ ନେଇକରି ଆସିଥାଏ । ତାହାକୁ ସାଧାରଣ ବଜେଟ କୁହାଯାଇଥାଏ ।

ଏହା ପୂର୍ବରୁ ଗତ ୨୦୧୯ ମସିହାରେ ଅନ୍ତରୀଣ ବଜେଟ ଆସିଥିଲା । ଅନ୍ତରୀଣ ବଜେଟକୁ ଅଧୁରା ବଜେଟ କୁହାଯାଇଥାଏ । କାରଣ ଏହା ପୂରା ବର୍ଷର ନୁହେଁ, କିଛି ମାସର ହୋଇଥାଏ । ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ମାସ ୧ ତାରିଖରେ ମୋଦୀ ସରକାରଙ୍କ ଦ୍ୱିତୀୟ ଅନ୍ତରୀଣ ବଜେଟ ଆଗତ କରିବେ । ୨୦୧୯ରେ ପୀୟୂଷ ଗୋୟଲ ଅନ୍ତରୀଣ ବଜେଟ ଆଗତ କରିଥିଲେ । ସେହି ବଜେଟରେ ‘ପିଏମ୍ କିସାନ ସମ୍ମାନ ନିଧି’ ଯୋଜନା ବାବଦରେ ଘୋଷଣା କରାଯାଇଥିଲା । ପ୍ରତିବର୍ଷ ସାଧାରଣ ବଜେଟରେ ସରକାର ଜନତାଙ୍କ ପାଇଁ କିଛି ଖୁସି ଖବର ନେଇଆସିଥାନ୍ତି । ଅଲଗା ଅଲଗା କ୍ଷେତ୍ରରେ ହେବାକୁ ଥିବା ଖର୍ଚ୍ଚକୁ ନେଇ ଏକ ବଜେଟ ପ୍ରସ୍ତୁତ କରାଯାଇଥାଏ ।

Get real time updates directly on you device, subscribe now.