fbpx
BJD SKY
BJD SKY

ଚଳିତ ବର୍ଷ କେବେ ପଡୁଛି ମକର ସଂକ୍ରାନ୍ତି,୧୪ କିମ୍ବା ୧୫ରେ, ଜାଣି ନିଅନ୍ତୁ ପୂଜା ବିଧି

BJD

ଳିତ ବର୍ଷ ପବିତ୍ର ମକର ସଂକ୍ରାନ୍ତି ପର୍ବ ୧୫ ଜାନୁୟାରୀରେ ପଡୁଛି । ଏହିଦିନ ସୂର୍ଯ୍ୟ ୨ଟା ୫୪ ମିନିଟ୍‌ରେ ମକର ରାଶିରେ ପ୍ରବେଶ କରିବେ । ଏହିଦିନ ଠାରୁ ସମସ୍ତ ଶୁଭ କାର୍ଯ୍ୟର ଆରମ୍ଭ ହୋଇଥାଏ । ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ପୌଷ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ ।
ଏହିଦିନ ଗଙ୍ଗା ସ୍ନାନ ଓ ଦାନ କରିବା ବହୁତ ଶୁଭ ହୋଇଥାଏ । ଏହିଦିନ ଖେଚୁଡି ପ୍ରସ୍ତୁତ କରି ଖାଇବାର ବିଶେଷ ମହତ୍ତ୍ୱ ରହିଛି । ଏହିଦିନ ପୁଣ୍ୟକାଳ ସମୟ ସକାଳ ୭ଟା୧୫ମିନିଟରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୧ ମିନିଟ୍ ପର୍ଯ୍ୟନ୍ତ ରହୁଛି ।

ଏହା ବ୍ୟତିତ ଏହିଦିନ ବରିୟାନ ଯୋଗ ଓ ରବି ଯୋଗ ପରି ଶୁଭ ଯୋଗ ବି ସୃଷ୍ଟି ହେବାକୁ ଯାଉଛି । ଏହିଦିନ ସକାଳୁ ଉଠି ସ୍ନାନାଦି ସାରି ସୂର୍ଯ୍ୟଦେବଙ୍କ ପୂଜା କରନ୍ତୁ ଓ ତାଙ୍କୁ ଅର୍ଘ୍ୟ ଚଢାନ୍ତୁ । ଏହା ସହିତ ଏହିଦିନ ଶ୍ରୀମଦଭାଗବତ ଅଧ୍ୟୟନ କରନ୍ତୁ । ସନ୍ଧ୍ୟା ସମୟରେ ଗରୀବ ଲୋକଙ୍କୁ ଦାନ କରନ୍ତୁ । ଏହିଦିନ ପୂଜା ଘରେ ସୂର୍ଯ୍ୟ ଯନ୍ତ୍ର ସ୍ଥାପନ କରନ୍ତୁ ଓ ସୂର୍ଯ୍ୟ ମନ୍ତ୍ର ଜପ କରନ୍ତୁ । ଏପରି କରିବା ଦ୍ୱାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଯାଏ ।

Get real time updates directly on you device, subscribe now.