fbpx

ଋତୁସ୍ରାବକୁ ନେଇ ଚିନ୍ତିତ କି? ସକାଳୁ ପିଅନ୍ତୁ ଏହି ପାଣି, ଦୂର ହେବ ସମସ୍ୟା

ଓଡିଶା ଭାସ୍କର: ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଏକ ଶାରିରୀକ ପ୍ରକ୍ରିୟାକୁ ଋତୁସ୍ରାବ ବା ପିରିୟଡ୍ସ ବୋଲି କୁହାଯାଇଥାଏ। ଏହା ମହିଳାମାନଙ୍କର ପ୍ରାପ୍ତ ବୟସ୍କା ହେବାର ସୂଚନା ପ୍ରଦାନ କରିଥାଏ। ତେବେ ଆଜିକାଲି ପ୍ରାୟ ମହିଳା ମାନଙ୍କ ପାଖରେ ଏହି ଋତୁସ୍ରାବକୁ ନେଇ ସମସ୍ୟା ଦେଖା ଦେଉଛି। ଅନେକ ଜଣ ମହିଳା ଅଛନ୍ତି ଯେଉଁମାନଙ୍କର ଠିକ୍ ସମୟରେ ଋତୁସ୍ରାବ ହୋଇନଥାଏ। ଏହା ସହ ଏହି ପିରିୟଡ୍ସ ସମୟରେ ମହିଳାଙ୍କୁ ବହୁତ ଯନ୍ତ୍ରଣା ସହିବାକୁ ପଡିଥାଏ। କେତେକ ମହିଳା ଏହି ସମୟରେ ଏତେ ଚିନ୍ତିତ ହୋଇପଡନ୍ତି ଯେ ସେମାନେ ଡିପ୍ରେସନକୁ ଚାଲିଯାନ୍ତି। ଏଣୁ ଋତୁସ୍ରାବକୁ ସ୍ୱାଭାବିକ କରିବାକୁ ଏକ ଘରୋଇ ଉପଚାର ରହିଛି।

ବିଶେଷଜ୍ଞ ମାନେ କୁହନ୍ତି, ସକାଳେ ଗୁଡ଼ପାଣି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ। ଗୁଡ଼ପାଣି ରକ୍ତ ସଫା କରିବାରେ ସହାୟକ ହୋଇଥାଏ। ଶରୀରରେ ପ୍ରତିଷେଧକ ଶକ୍ତି ବୃଦ୍ଧି ଲାଗି ଏହା ମହୌଷଧୀ ସଦୃଶ ସାବ୍ୟସ୍ତ ହୋଇଥାଏ। ମହିଳାଙ୍କଠାରେ ଦେଖାଦେଉଥିବା ଋତୁସ୍ରାବ ଓ ବିଭିନ୍ନ ସମସ୍ୟା ଗୁଡ଼ପାଣି ଦୂର କରେ। ଏଥିରେ ପୋଟାସିୟମ୍‌ ଏବଂ ସୋଡିୟମ୍‌ ରହିଥାଏ। ଫଳରେ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଅନ୍ୟପଟେ ଏହାକୁ ପିଇଲେ ଫୁସ୍‌ଫୁସ୍‌ର କାର୍ଯ୍ୟ ସ୍ୱାଭାବିକ ହୋଇଥାଏ। ବାୟୁ ପ୍ରଦୂଷଣରେ ଏହା ଶରୀର ପାଇଁ ଏକ ସୁରକ୍ଷା ବଳୟ ସୃଷ୍ଟି କରିଥାଏ। ଏହାଦ୍ୱାରା ପାଚନ କ୍ରିୟା ମଧ୍ୟ ସ୍ବାଭାବିକ ହୋଇଥାଏ। ଅଧାକପ୍‌ ଗୁଡ଼ପାଣି ନିୟମିତ ପିଇଲେ ଲିଭର ସମସ୍ୟା ଦୂର ହୁଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି।

 

Get real time updates directly on you device, subscribe now.