fbpx

ବୁଦ୍ଧାଦିତ୍ୟ ରାଜଯୋଗ ଏହି ୫ଟି ରାଶି ପାଇଁ ହେବେ ଲାଭବାନ, ପ୍ରେମ ସମ୍ପର୍କରେ ଆସିବ ମଧୁରତା

ଓଡ଼ିଶା ଭାସ୍କର: ରାଶି ପରିବର୍ତ୍ତନ ବ୍ୟକ୍ତିଙ୍କ ଜୀବନରେ ଉଭୟ ସକାରାତ୍ମକ ଓ ନକାରାତ୍ମକ ପ୍ରଭାବ ପକାଇଥାଏ । ଜାନୁଆରୀ ୭ ରାତିରୁ ଗ୍ରହମାନଙ୍କ ରାଜକୁମାର ‘ବୁଧ’ ଧନୁ ରାଶିରେ ପ୍ରବେଶ କରିଛନ୍ତି । ତେବେ ଧନୁ ରାଶିରେ ପୂର୍ବରୁ ହିଁ ସୂର୍ଯ୍ୟ ଦେବ ଅବସ୍ଥିତ ଥିବାରୁ ସୂର୍ଯ୍ୟ ଏବଂ ବୁଧଙ୍କ ମିଳନରୁ ବୁଦ୍ଧାଦିତ୍ୟ ରାଜଯୋଗ ନିର୍ମାଣ ହେଉଛି । ଫଳରେ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଏହି ରାଶିମାନଙ୍କ ପାଇଁ ବେଶ ଶୁଭ ଓ ମଙ୍ଗଳମୟ ହେବ । ବୁଦ୍ଧାଦିତ୍ୟ ରାଜଯୋଗ କାରଣରୁ ମେଷ, ମିଥୁନ, ସଂହ, କନ୍ୟା ଏବଂ ଧନୁ ରାଶିଙ୍କ ଜୀବନରେ ଦେଖାଦେଉଥିବା ସଂକଟ ଦୂରେଇ ଯିବ । ତେବେ ଫେବୃଆରୀ ୧ ପର୍ଯ୍ୟନ୍ତ ବୁଦ୍ଧ ଗ୍ରହ ଧନୁ ରାଶିରେ ଗୋଚର କରିବେ । ଆସନ୍ତୁ ଜାଣିବା ବୁଦ୍ଧାଦିତ୍ୟ ରାଜଯୋଗ ଏହି ୫ଟି ରାଶିଙ୍କୁ କ’ଣ ଲାଭ ମିଳିବ:

୧. ମେଷ ରାଶି: ମେଷ ରାଶି ଜାତକଙ୍କ ପାଇଁ ଜୀବନରେ ସଫଳତାର ଅନେକ ନୂତନ ସୁଯୋଗ ସୃଷ୍ଟି ହେବ । ବନ୍ଧୁଙ୍କ ସହଯୋଗ ମିଳିବା ସହ କାର୍ଯ୍ୟରେ ଦେଖାଦେଉଥିବା ବାଧା ଦୂର ହେବ । କ୍ୟାରିୟର ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ମିଳିବ । ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବା ସହ ବିଦେଶ ଯାତ୍ରାର ସମ୍ଭାବନା ରହିଛି ।

୨. ମିଥୁନ ରାଶି: ବୈବାହିକ ଜୀବନ ସୁଖମୟ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଘରର ସୁଖ ଶାନ୍ତି ବୃଦ୍ଧି ପାଇବ । ଭୂମି ଏବଂ ବାହନ ପ୍ରାପ୍ତିର ଯୋଗ ରହିଛି ।

୩. ସିଂହ ରାଶି: ଶିକ୍ଷାଗତ କ୍ଷେତ୍ରରେ ସଫଳତା ମିଳିବ । ପୂର୍ବରୁ କରିଥିବା ନିବେଶରୁ ଧନ ଲାଭ ହେବାର ସମ୍ଭାବନା ରହିଛି । ଭୌତିକ ସୁଖରେ ବୃଦ୍ଧି ହେବା ସହ ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସଫଳ ହେବ । ସମାଜରେ ମାନ-ସମ୍ମାନ ବୃଦ୍ଧି ହେବ ।

୪. କନ୍ୟା ରାଶି: ଜୀବନରେ କାର୍ଯ୍ୟ କ୍ଷେତ୍ରରେ ଦେଖାଦେଉଥିବା ବାଧା ଦୂର ହେବ । କର୍ମଜୀବି ବ୍ୟକ୍ତିଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ ରହିବ । ଧନ ଲାଭ ହେବାର ସମ୍ଭାବନା ରହିଛି । ପିଲାଙ୍କ ଠାରୁ କିଛି ଶୁଭ ଖବର ଶୁଣିବାକୁ ମିଳିପାରେ । ବୁଦ୍ଧାଦିତ୍ୟ ରାଜଯୋଗ ସମୟ କନ୍ୟା ରାଶିଙ୍କ ପାଇଁ ଆନନ୍ଦରେ ବିତିବ ।

୫. ଧନୁ ରାଶି: ବୁଦ୍ଧାଦିତ୍ୟ ରାଜଯୋଗ ଧନୁ ରାଶି ଜାତକଙ୍କ ପ୍ରେମ ସମ୍ପର୍କକୁ ପ୍ରଭାବିତ କରିବ । ପ୍ରେମ ସମ୍ପର୍କରେ ମଧୁରତା ଆସିବା ସହ ବୃତ୍ତିଗତ ଜୀବନରେ ପ୍ରଗତିର ସମ୍ଭାବନା ଦେଖା ଦେଇଛି । ହଠାତ ଧନ ଲାଭର ଯୋଗ ନିର୍ମିତ ହେଉଛି । ଏହା ସହ ବ୍ୟବସାୟିକ ଲାଭ ପାଇଁ ଶୁଭ ସମୟ ଅଟେ ।

Get real time updates directly on you device, subscribe now.