fbpx
BJD
BJD SKY
BJD SKY

ଆଜି ରାୟଗଡ଼ା ଆସିବେନି ରାହୁଲ ଗାନ୍ଧୀ, ସୂଚନା ଦେଲେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର: ଆଜି ରାୟଗଡ଼ା ଆସିବେନି ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଲେ ପ୍ରସାଦ ହରିଚନ୍ଦନ । ଆଜି ନାମାଙ୍କନ ଦାଖଲ ଥିବାରୁ ରାହୁଲ ଗାନ୍ଧୀ ରାଉରକେଲା ଆସିପାରିବେନି । ତେବେ ରାୟବରେଲିରୁ ସେ ପ୍ରାର୍ଥୀପତ୍ର ଦାଖଲ କରିବେ । ଆଜି ରାୟଗଡ଼ା ସମାବେଶରେ ସେ ଯୋଗ ଦେଇଥାଆନ୍ତେ ।

ଏହା ପୂର୍ବରୁ ରାହୁଲ ଗାନ୍ଧୀ ରବିବାର ଦିନ ଓଡ଼ିଶା ଗସ୍ତ କରିଥିଲେ । ଆଜି ମଧ୍ୟାହ୍ନ ୧୨ଟାରେ ସେ ଓଡ଼ିଶାରେ ଆସି ପହଁଚିଥାଆନ୍ତେ । ଏହାପରେ ରାଉରକେଲାର ଜିଆଇଏସିଆର କଲେଜ ପଡିଆରେ ସମାବେଶକୁ ସମ୍ଭୋଧନ କରିଥାଆନ୍ତେ । ଆଜି କଂଗ୍ରେସ ନାମାଙ୍କନର ଶେଷ ତାରିଖ ହୋଇଥିବାରୁ ରାହୁଲ ଗାନ୍ଧୀ ଆଜି ନାମାଙ୍କନ ଭରିବେ । ଏହି କାରଣ ପାଇଁ ସେ ଓଡ଼ିଶା ଆସିପାରିଲେ ନାହିଁ । ତେବେ ଆଗାମୀ କେଉଁ ଦିନ ସେ ଓଡ଼ିଶା ଗସ୍ତ କରିବେ ସେନେଇ କୌଣସି ସୂଚନା ଆସିନାହିଁ ।

Get real time updates directly on you device, subscribe now.