ବିକାଶ ଗାଇଥିବା ଭକ୍ତି ଭଜନ “ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ” ସେୟାର କଲେ ପ୍ରଧାନମନ୍ତ୍ରୀ, ଦେଖନ୍ତୁ Video

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିକାଶ ଗାଇଥିବା ଏବଂ ମହେଶ କୁକ୍ରେଜାଙ୍କ ଦ୍ୱାରା ପ୍ରସ୍ତୁତ ଭକ୍ତି ଭଜନ “ଅଯୋଧ୍ୟା ମେଁ ଜୟକାରା ଗୁଞ୍ଜେ” ସେୟାର କରିଛନ୍ତି ।

ଏକ ଟ୍ବିଟର ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; ‘‘ଅଯୋଧ୍ୟା ସହିତ ଆଜି ସାରା ଦେଶରେ ପ୍ରଭୁ ଶ୍ରୀରାମଙ୍କ ସ୍ବାଗତରେ ମଙ୍ଗଳମୟ ହେଉଛି। ଏହି ପୁଣ୍ୟ ଅବସରରେ ରାମ ଲଲାଙ୍କ ଭକ୍ତିରେ ପରିପୂର୍ଣ୍ଣ ବିକାଶ ଜି ଏବଂ ମହେଶ କୁକରେଜାଙ୍କ ରାମ ଭଜନକୁ ଆପଣ ସଭିଏଁ ନିଶ୍ଚିତ ଶୁଣନ୍ତୁ। #ShriRamBhajan ’’

ପ୍ରଶଂସକମାନେ ଦେଉଛନ୍ତି କମେଣ୍ଟ
ପିଏମ ମୋଦୀ ଏହି ଭଜନ ସେୟାର କରିବା ମାତ୍ରେ ପ୍ରଶଂସକମାନେ ମଧ୍ୟ ଭକ୍ତିରେ ବୁଡିଛନ୍ତି । ଅନେକ ଉପଭୋକ୍ତା ସୋସିଆଲ ମିଡିଆରେ ଭଗବାନ ରାମଙ୍କ ପୋଷ୍ଟର ଏବଂ ଅନେକ ଜିଆଇଏଫ ସେୟାର କରିଛନ୍ତି । ତେବେ ୨୨ ଜାନୁଆରୀରେ ଅଯୋଧ୍ୟାରେ ଭଗବାନ ରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏ ସମ୍ପର୍କରେ ପ୍ରସ୍ତୁତି ଚାଲିଛି । ରାଜନୀତିରୁ ବଲିଉଡ ପର୍ଯ୍ୟନ୍ତ ସମସ୍ତ ବଡ ଷ୍ଟାରଙ୍କୁ ଅଯୋଧ୍ୟାକୁ ନିମନ୍ତ୍ରଣ କରାଯାଇଛି । ଏଥି ସହିତ, ପ୍ରଧାନମନ୍ତ୍ରୀ ମୋଦୀ ୨୨ ଜାନୁଆରୀରେ ଶ୍ରୀ ରାମ ଜ୍ୟୋତିଙ୍କୁ ନିଜ ଘରେ ଆଲୋକିତ କରି ଦୀପାବଳି ପାଳନ କରିବାକୁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।