fbpx

TGT ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ: ହାଇସ୍କୁଲରେ ନିଯୁକ୍ତି ପାଇବେ ୨ ହଜାରରୁ ଅଧିକ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆ ବର୍ଷ ଆରମ୍ଭରୁ ରାଜ୍ୟର ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଶୁଭ ଖବର । ରାଜ୍ୟ ଚୟନ ବୋର୍ଡ (ଏସଏସବି), ଓଡ଼ିଶା ପକ୍ଷରୁ ୨୦୬୪ଟି ଶିକ୍ଷକ ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ଅଣ-ସରକାରୀ ପୂର୍ଣ୍ଣ ସହାୟତାପ୍ରାପ୍ତ ହାଇସ୍କୁଲମାନଙ୍କରେ ଏହି ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ଏସଏସବିର ଅଫିସିଆଲ ୱେବସାଇଟକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୮ ତାରିଖରୁ ଏହି ସମସ୍ତ ପଦ ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ଆସନ୍ତା ଫେବୃଆରୀ ମାସ ୭ ତାରିଖରେ ତାହା ସମାପ୍ତ ହେବ । ପ୍ରାର୍ଥୀମାନେ ବୟସ ଯୋଗ୍ୟତା, ଶିକ୍ଷାଗତ ଯୋଗ୍ୟତା ସମ୍ପିର୍କତ ତଥ୍ୟ ଜାଣିବା ପାଇଁ ଇଚ୍ଛୁକ ପ୍ରାର୍ଥୀମାନେ ୱେବସାଇଟକୁ ଯାଇ ଚେକ୍ କରିପାରିବେ । ୟୁଆର, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ୫୦୦ ଟଙ୍କା ରହିଥିବା ବେଳେ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ପିଡବ୍ଲ୍ୟୁଡି ପ୍ରାର୍ଥୀଙ୍କ ପାଇଁ ୨୦୦ ଟଙ୍କା ରହିଛି । ପେମେଣ୍ଟ ଏସିବିଆଇ କଲେକ୍ଟ ଗେଟୱେରେ ଅନଲାଇନରେ ଗ୍ରହଣ କରାଯିବ ।

ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବନିମ୍ନ ବୟସ ୨୧ ଓ ସର୍ବାଧିକ ବୟସ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ଟିଜିଟି କଳା ପାଇଁ ୯୧୨ଟି, ଟିଜିଟି-ପିସିଏମ ପାଇଁ ୨୦୨ଟି, ଟିଜିଟି ବିସିଜେଡ ପାଇର୍ ୧୮୭ଟି, ହିନ୍ଦି ଶିକ୍ଷକ ପାଇଁ ୧୯୪ଟି, ଶାସ୍ତ୍ରୀୟ ସଂସ୍କୃତ ଶିକ୍ଷକ ପାଇଁ ୩୧୭ଟି, ଊର୍ଦ୍ଦୁ ଶିକ୍ଷକ ପାଇଁ ୩ଟି ଓ ପିଇଟି ପାଇର୍ ୨୪୯ଟି ପଦ ଖାଲି ରହିଛି । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି ।

ଅନଲାଇନ୍ ଆବେଦନ ଲିଙ୍କ: https://apps.ssbodisha.ac.in/pgt2024/

ନୋଟିଫିକେସନ ଲିଙ୍କ: https://ssbodisha.ac.in/wp-content/uploads/2024/01/Advertisment-No.01-2024.pdf

Get real time updates directly on you device, subscribe now.