fbpx

‘National Icon’ ପଦ ଛାଡ଼ିଦେଲେ ସୁପରଷ୍ଟାର ପଙ୍କଜ: ଏହି କାରଣ ଦର୍ଶାଇଲେ ନିର୍ବାଚନ ଆୟୋଗ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନେଇ ଏକ ବଡ଼ ଖବର ଏବେ ଜାଣିବାକୁ ମିଳିଛି । ନିଜ ଇଚ୍ଛା ଅନୁସାରେ ବଡ଼ ଦାୟିତ୍ୱକୁ ହାତଛଡ଼ା କରିଛନ୍ତି ସୁପରଷ୍ଟାର ପଙ୍କଜ । ଆଗକୁ ୨୦୨୪ ଲୋକସଭା ନିର୍ବାଚନ ଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗର ନେସନାଲ ଆଇକନ୍ ପଦରୁ ପଙ୍କଜ ଇସ୍ତଫା ଦେଇଛନ୍ତି । ତେବେ ନିର୍ବାଚନ ପୂର୍ବରୁ ପଙ୍କଜଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ତେବେ ଅଚାନକ ନେସନାଲ ଆଇକନ୍ ପଦରୁ ପଙ୍କଜ ଓହରିବାର କାରଣ ଦର୍ଶାଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।

ତେବେ ଇଲେକ୍ସନ କମିଶନ୍ ଏ ନେଇ କହିଛନ୍ତି ଯେ, ପଙ୍କଜଙ୍କ ଆଗାମୀ ସିନେମା ପାଇଁ ସେ ଏହି ପଦବୀରୁ ବିଦାୟ ନେଇଛନ୍ତି । ଆଗାମୀ ଚଳଚ୍ଚିତ୍ରରେ ପଙ୍କଜ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ । ତେଣୁ ପଙ୍କଜ ବର୍ତ୍ତମାନ ‘ମେ ଅଟଳ ହୁଁ’ ସିନେମାର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ୨୦୨୨ ଅକ୍ଟୋବରରେ ପଙ୍କଜଙ୍କୁ ନେସନାଲ ଆଇକନ୍ ଭାବରେ ନିଯୁକ୍ତି କରିଥିଲା ନିର୍ବାଚନ ଆୟୋଗ । ନିକଯରେ ସେ ନିଜ ରାଜନୈତିକ ଇଚ୍ଛାକୁ ନେଇ କହିଛନ୍ତି, ତେଣୁ ଏହି ପଦରୁ ଓହରିଯାଇଛନ୍ତି ପଙ୍କଜ ତ୍ରିପାଠୀ । ଏ ନେଇ ଅଫିସିଆଲ ଆକାଉଣ୍ଟରେ ଏକ ପୋଷ୍ଟ କରି କହିଛନ୍ତି ଯେ, ଆଗାମୀ ସିନେମାରେ ଏକ ରାଜନେତା ଚରିତ୍ରରେ ନଜର ଆସୁଛନ୍ତି ପଙ୍କଜ । ତେଣୁ ଏମଓୟୁ ସର୍ତ୍ତ ଅନୁସାରେ, ସ୍ୱେଚ୍ଛାକୃତ ଭାବରେ ନିର୍ବାଚନ ଆୟୋଗର ନେସନାଲ ଆଇକନ୍ ପଦରୁ ଇସ୍ତଫା ଦେଇଛନ୍ତି ।

ଏହାବ୍ୟତୀତ ନିଜ ରାଜ୍ୟରେ ଏକ ରାଜନେତା ଭାବରେ ନିର୍ବାଚନ ଲଢିବା ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ଅଭିନେତା ପଙ୍କଜ ତ୍ରିପାଠୀ । ବିହାରରେ ସମସ୍ତ ବ୍ୟକ୍ତି ଜଣେ ଜଣେ ରାଜନେତା ବୋଲି କହିଛନ୍ତି ପଙ୍କଜ । କଲେଜ ଜୀବନରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟ ରହିଥିଲେ । ତେବେ କଲେଜ ସମୟରେ ମଧ୍ୟ ରାଜନୀତିରେ ସାମିଲ ହେବା ନେଇ ଇଚ୍ଛାପ୍ରକାଶ କରି ନଥିବା କହିଛନ୍ତି ଅଭିନେତା ପଙ୍କଜ ।

Get real time updates directly on you device, subscribe now.