fbpx
BSKY SKY
BSKY SKY

(Video) ବାଗେଶ୍ୱର ବାବାଙ୍କୁ ମିଳିଲାନି ନିମନ୍ତ୍ରଣ; ‘ତଥାପି ମୁଁ ଯିବି ରାମ ଲଲାଙ୍କୁ ଦେଖିବାକୁ…’

BSKY

ଓଡ଼ିଶା ଭାସ୍କର: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ବାଗେଶ୍ୱର ବାବାଙ୍କର ମନ ଦୁଃଖ । ମିଳିଲାନି ନିମନ୍ତ୍ରଣ ତଥାପି କହିଲେ ମୁଁ ଯିବି ରାମ ଲଲାଙ୍କୁ ଦେଖିବାକୁ । ମୋତେ କେହି ଅଟକାଇ ପାରିବେ ନାହିଁ । ମୋ ରାମଙ୍କୁ ଦେଖିବାକୁ ମୁଁ ନିଶ୍ଚିତ ଯିବି । ନିମନ୍ତ୍ରଣ ନମିଳିଲେ କଣ ହେଲା । ମୋତେ ରାମଙ୍କୁ ଦେଖିବାରେ କେହି ପ୍ରତିବନ୍ଧକ ଲାଗାଇ ପାରିବେ ନାହିଁ । ହନୁମାନ ହେଉଛନ୍ତି ରାମଙ୍କର ପ୍ରକୃତ ଭକ୍ତ । ଆଉ ହନୁମାନଙ୍କର ଭକ୍ତ ହେଉଛି ମୁଁ । ମୋ ରାମଙ୍କୁ ଦେଖିବାକୁ ମୋତେ କିଏ ବା ଅଟକେଇ ପାରିବ ।

ଜାନୁଆରୀ ୨୨ ତାରିଖରେ ହେବାକୁ ଯାଉଛି ରାମ ମନ୍ଦିର ପ୍ରତିଷ୍ଠା । ଅନେକ ମହାନ ମହାନ ବ୍ୟକ୍ତି ବିଶେଷ ଆସିବେ ଏହି ମହାନ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବା ପାଇଁ । ଦେବ ପୂରାଣରେ ପ୍ରକମ୍ପିତ ହେବ ଅଯୋଧ୍ୟା । ହେଲେ ବାଗେଶ୍ୱର ବାବାଙ୍କୁ ଏଥିରେ ନିମନ୍ତ୍ରଣ ହୋଇନାହିଁ । ଯାହାପରେ ସେ ଏମିତି କିଛି କଥା କହିଛନ୍ତି । ଏକ ଗଣମାଧ୍ୟମରେ ଯେତେବେଳେ ବାଗେଶ୍ୱର ବାବାଙ୍କୁ ପ୍ରଶ୍ନ କରାଯାଇଥିଲା କି ଧର୍ମ ଗରୁ ଶଙ୍କରାଚାର୍ଯ୍ୟଙ୍କୁ ଯେତେବେଳେ ନିମନ୍ତ୍ରଣ ହୋଇଥିଲା ସେ କଣ ପାଇଁ ମନା କଲେ ରାମ ଲଲାଙ୍କ ପ୍ରତିଷ୍ଠାକୁ ଯିବେନି ବୋଲି । ଏହା ଶୁଣିଲା ପରେ ବାଗେଶ୍ୱର ବାବା କହିଥିଲେ କି ଶଙ୍କରାଚାର୍ଯ୍ୟ ହେଉଛନ୍ତି ଧର୍ମଗୁରୁ ତାଙ୍କ ନିଷ୍ପତ୍ତି ଉପରେ ମୁଁଁ କିଛି ବି କହି ପାରିବି ନାହିଁ । ହେଲେ ମୁଁ ମୋ ନିଜ କଥା କହୁଛି । ମୋତେ ନିମନ୍ତ୍ର ମିଳୁ କି ନମିଳୁ । ମୋତେ କିଏ ଡାକୁ କି ନଡାକୁ ।

ମୁଁ ନିଶ୍ଚିତ ଯିବି ରାମ ଲଲାଙ୍କୁ ଦର୍ଶନ କରିବା ପାଇଁ । ମୋତେ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ହଁ ଯେଉଁଦିନ ପ୍ରାଣ ପ୍ରତିଷ୍ଠା ହେଉଛି ସେହି ଦିନ କିଛି ପ୍ରୋଟୋକଲ ପାଇଁ ଯାଇ ନପାରେ । ହେଲେ ପ୍ରାଣ ପ୍ରତିଷ୍ଠା ସରିବା ପରେ ମୁଁ ନିଶ୍ଚିତ ରାମ ଲଲାଙ୍କୁ ଦର୍ଶନ କରିବା ପାଇଁ ଯିବି । ବାଗେଶ୍ୱର ବାବା ହେଉଛନ୍ତି ହନୁମାନଙ୍କର କଠୋର ଭକ୍ତ । ସେ ଅନୁମାନଙ୍କୁ ଆରାଧନା କରନ୍ତି । ଆଉ ରାମଙ୍କ ଜନ୍ମଭୂମିରେ ପ୍ରାଣ ପ୍ରତିଷ୍ଠା ରେ ତାଙ୍କୁ ନିମନ୍ତ୍ର ନଦେବାକୁ ଗ୍ରହଣ କରି ପାରି ନାହିଁନ୍ତି ବାଗେଶ୍ୱର ବାବାଙ୍କ ଅନୁଗାମି ମାନେ । ସେପଟେ ଯଦି ଦେଖିବା ପ୍ରସ୍ତୁତି ପୁରା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଖାଲି ପ୍ରାଣ ପ୍ରତିଷ୍ଠା ହେବାକୁ ବାକି ରହିଛି ।

Get real time updates directly on you device, subscribe now.