fbpx

ଭୂମିକମ୍ପ ସମୟରେ ଭୁଲରେ ବି କରନ୍ତୁନି ଏହିସବୁ ଭୁଲ: ହୋଇପାରେ ଭୟଙ୍କର ପରିସ୍ଥିତି

ନୂଆଦିଲ୍ଲୀ: ଭାରତ ସମେତ ବିଭିନ୍ନ ଜାପାନ ଆଦି ଦେଶରେ ବାରମ୍ବାର ଭୂମିକମ୍ପ ହେଉଛି । ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ଏବଂ ଉତ୍ତର ଭାରତର ଅନେକ ଅଞ୍ଚଳରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂମିକମ୍ପ ପ୍ରଭାବରେ ୨ଥର ପୃଥିବୀ ଦୋହଲି ଉଠିଥିବା ବେଳେ ଏହାର ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା କୁହାଯାଉଛି । ଭୂକମ୍ପର ଝଟକା ପରେ ସାରା ଦେଶରେ ଏକ ଭୟର ବାତାବରଣ ଖେଳିଯାଇଛି । ତେବେ ଭୂମିକମ୍ପ ସମୟରେ କିଛି ଭୁଲ ପଦକ୍ଷେପ ନେବା ଯୋଗୁଁ ଅନେକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି । ତେଣୁ ଆମକୁ ଜାଣି ରଖିବା ଉଚିତ୍ ଏଭଳି ପରିସ୍ଥିତିରେ କେଉଁ ପଦକ୍ଷେପ ନେବା ଉଚିତ୍ ଏବଂ କ’ଣ ନ କରିବା ଉଚିତ୍ ।

ଭୁକମ୍ପ ସମୟରେ କରନ୍ତୁ ନାହିଁ ଏହିସବୁ ଭୁଲ:

– ଭୂମିକମ୍ପ ଆସିବା ସମୟରେ ଯଦି ଆପଣ କୌଣସି ଉଚ୍ଚ ବିଲ୍ଡିଂରେ ଥିଲେ ଭୁଲରେ ମଧ୍ୟ ସେଠାରୁ ବାହାରକୁ ଆସିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ବିଶେଷ କରି ତଳକୁ ଆସିବା ପାଇଁ ଲିଫ୍ଟ ବ୍ୟବହାର କରନ୍ତୁ ନାହିଁ । ଭୂକମ୍ପ ସରିବା ପର୍ଯ୍ୟନ୍ତ ଘରେ ରହିବା ପାଇଁ ଚେଷ୍ଟା କରନ୍ତୁ । ଏଭଳି ପରିସ୍ଥିତିରେ କୌଣସି ପ୍ରକାର ଭୁଲ ପଦକ୍ଷେପ ଜୀବନ ପ୍ରତି ବିପଦ ହୋଇପାରେ ।

– ଭୂକମ୍ପ ସମୟରେ ଘରର କବାଟ, ଝରକା ନିକଟକୁ ଯାଆନ୍ତୁ ନାହିଁ । ବିଶେଷ କରି କାଚରେ ପ୍ରସ୍ତୁତ ଝରକା ବା ଏଭଳି କୌଣସି କବାଟରୁ ନିଜକୁ ଦୂରେଇ ରଖନ୍ତୁ । କାରଣ ଭୂମିକମ୍ପର ଝଟକାରେ ଏସବୁ ଭାଙ୍ଗିବାର ସମ୍ଭାବନା ଖୁବ ଅଧିକ ରହିଛି ।

– ଭୂକମ୍ପ ବନ୍ଦ ହେବା ପରେ ତୁରନ୍ତ ଝରକା, କବାଟ ଖୋଲନ୍ତୁ ନାହିଁ । ଭୂମିକମ୍ପ ସମୟରେ ଏସବୁରେ ଫାଟ ସୃଷ୍ଟି ହୋଇଥିବା ବେଳେ ଖୋଲିବା ଦ୍ୱାରା କାଚ ଭାଙ୍ଗି ଆପଣଙ୍କ ଉପରେ ପଡ଼ିପାରେ ।

– ତେବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ବିଦ୍ୟୁତ୍ ସ୍ୱିଚ୍ । ଭୂକମ୍ପ ସମୟରେ ବିଦ୍ୟୁତ୍ ସ୍ୱିଚ ବା ଅନ୍ୟ ଉପକରଣଗୁଡ଼ିକ ନିକଟକୁ ଯାଆନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ ।

ଭୂକମ୍ପରେ ତୁରନ୍ତ କରିବେ କ’ଣ?

– ଭୂକମ୍ପ ଆସିବେ ମାତ୍ରେ ଘର ଭିତରେ ଥିବା ଶକ୍ତିଶାଳୀ ଆସବାବପତ୍ର କିମ୍ବା ଟେବୁଲ ତଳେ ବସି ନିଜ ମୁଣ୍ଡରେ ହାତ ରଖିବା ଉଚିତ୍ । ଯଦି ସାମାନ୍ୟ ଭୂକମ୍ପ ହୁଏ, ତେବେ ଘରର ଚଟାଣରେ ବସି ଯାଆନ୍ତୁ ।

– ଯଦି ଆପଣଙ୍କ ଘର ଏକ ଉଚ୍ଚ କୋଠାରେ ଅଛି, ତେବେ ଭୂକମ୍ପ ଅନୁଭବ ନକରିବା ପର୍ୟ୍ୟନ୍ତ ଘରେ ରହିବାକୁ ଚେଷ୍ଟା କରନ୍ତୁ । ଭୂକମ୍ପ ଶେଷ ହେବା ପରେ ବିଲଡିଂରୁ ଏକ ଖୋଲା ସ୍ଥାନକୁ ଚାଲିଯାଆନ୍ତୁ ।

– ଘରୁ ବାହାରକୁ ବାହାରିବା ପରେ କୌଣସି ବିଦ୍ୟୁତ ଖୁଣ୍ଟ, ଗଛ, ତାର ବା ଫ୍ଲାଏଓଭର, ପୋଲ ଏବଂ ବଡ଼ ଯାନବାହନ ନିକଟରେ ରୁହନ୍ତୁ ନାହିଁ ।

– ଯଦି ଆପଣ ଭୂକମ୍ପ ସମୟରେ ଗାଡି ଚଳାଉଛନ୍ତି, ତେବେ କାରକୁ ଅଟକାନ୍ତୁ ଏବଂ ଏଥିରେ ବସି ରୁହନ୍ତୁ । ଆପଣଙ୍କ ଗାଡିକୁ ଏକ ଖୋଲା ସ୍ଥାନରେ ପାର୍କ କରନ୍ତୁ । ନଚେତ୍ ଗାଡ଼ି ନଷ୍ଟ ହେବା ସହ ଆପଣଙ୍କ ପ୍ରତି ବିପଦ ହେବାର ସମ୍ଭାବନା ରହିଛି ।

– ଘରେ ଇମରଜେନ୍ସି ରିଲିଫ କିଟ୍ ପାଇଁ ଏକ ବାକ୍ସ ନିଶ୍ଚିତ ରଖନ୍ତୁ । ଏହା ବିପଦ ସମୟରେ ଆପଣଙ୍କୁ ସାହାଯ୍ୟ କରିପାରେ ।

– ଘରେ ସମସ୍ତ ବିଜୁଳି ସ୍ୱିଚ, ଗ୍ୟାସ କନେକ୍ସନ ବନ୍ଦ ରଖିବାକୁ ଭୁଲନ୍ତୁ ନାହିଁ । ଦୁର୍ଘଟଣା ସମୟରେ ଏହା ଅନେକ ସମସ୍ୟା ବୃଦ୍ଧି କରିପାରେ ।

Get real time updates directly on you device, subscribe now.