fbpx
BJD
BJD SKY
BJD SKY

୨୨ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ: ଓଡ଼ିଶା ଜିତିଲା ସ୍ୱର୍ଣ୍ଣ ଓ ରୌପ୍ୟ ପଦକ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କ୍ରୀଡ଼ା ଜଗତରୁ ରାଜ୍ୟ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଗୋଆର ପାଣାଜୀଠାରେ ଚାଲିଥିବା ୨୨ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ ୨୦୨୪ରେ ଓଡ଼ିଶାର କ୍ରୀଡ଼ାବିତମାନେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶା ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ଜିତିଛି । ଜାନୁଆରୀ ମାସ ୧୦ରୁ ୧୩ ତାରିଖ ପର୍ଯ୍ୟନ୍ତ ଏହି ଇଭେଣ୍ଟ ଚାଲିବ ।

ସୂଚନା ମୁତାବକ, ଗୋଆର ପାଣାଜୀଠାରେ ଚାଲିଥିବା ୨୨ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡ଼ିଶା ଦୁଇଟି ପଦକ ଜିତିଛି । ସେଥିମଧ୍ୟରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ରହିଛି । ପ୍ରଥମ ଦିନରେ ଭାରତ ଏହି ପଦକ ଜିତିଛି । ଟି-୪୭ କାଟେଗୋରୀ ୧୦୦ ମିଟର ରେସରେ ଓଡ଼ିଶା ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଏଫ-୫୩ କାଟେଗୋରୀ ଜାଭେଲିନ ଥ୍ରୋ’ରେ ରୌପ୍ୟ ପଦକ ଜିତିଛି । ଏହା ନିଶ୍ଚିତ ଭାବେ ରାଜ୍ୟ ପାଇଁ ଏକ ଖୁସି ଖବର ।

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଦେଶ, ବିଦେଶରେ ସୁନାମ ଅର୍ଜନ କରିଥିଲା । ଗତ ବର୍ଷ ଅକ୍ଟୋବର ମାସରେ ଚୀନର ହାଙ୍ଗଝୋଉଠାରେ ଅନୁଷ୍ଠିତ ହୋଇଥିବା ଏସୀୟ ପାରା କ୍ରୀଡ଼ାରେ ଓଡ଼ିଶା ଚମକିଥିଲା । ଓଡ଼ିଆ ପୁଅ ପ୍ରମୋଦ ଦେଶ ପାଇଁ ୩ଟି ପଦକ ଜିତିଥିଲେ । ସେହିପରି ଗତବର୍ଷ ନଭେମ୍ବର ମାସରେ ଜାପାନ ପାରା ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ମଧ୍ୟ ପ୍ରମୋଦ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Get real time updates directly on you device, subscribe now.