fbpx

‘ପରୀକ୍ଷା ପେ ଚର୍ଚ୍ଚା’ ପାଇଁ ପଞ୍ଜିକରଣର ଆଜି ଶେଷ ତାରିଖ, ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ସହ ପୁରସ୍କାର ବି ଜିତିପାରିବେ

ନୂଆଦିଲ୍ଲୀ: ପରୀକ୍ଷା ପେ ଚର୍ଚ୍ଚା ୨୦୨୪ ଲାଗି ରେଜିଷ୍ଟ୍ରେସନ ଆଜି ଅର୍ଥାତ୍ ୧୨ ଜାନୁୟାରୀରେ ବନ୍ଦ ହୋଇଯିବ । ଯେଉଁମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଛନ୍ତି ଓ ଏ ପର୍ଯ୍ୟନ୍ତ ନାମ ପଞ୍ଜିକରଣ କରିନାହାନ୍ତି ସେମାନେ mygov.in ପୋର୍ଟାଲରେ ଏଥିପାଇଁ ପଞ୍ଜିକରଣ କରିପାରିବେ । ଏଠାରେ ସୂଚାଇ ଦିଆଯାଇପାରେ କି ପରୀକ୍ଷା ପେ ଚର୍ଚ୍ଚା ଏକ ବାର୍ଷିକ କାର୍ଯ୍ୟକ୍ରମ ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୋର୍ଡ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥାନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପରୀକ୍ଷା ପେ ଚର୍ଚ୍ଚାର ଉଦ୍ଦେଶ୍ୟ ଚିନ୍ତା ବା ଚାପକୁ ସଫଳତାରେ ପରିବର୍ତ୍ତନ କରିବା ଯଦ୍ଦ୍ୱ୍ୱାରା ପରୀକ୍ଷାର୍ଥୀ ହସ ହସ ମୁହଁରେ ପରୀକ୍ଷାର ସାମ୍ନା କରିବେ । ପରୀକ୍ଷା ପେ ଚର୍ଚ୍ଚା ୨୦୨୪ ମାଧ୍ୟମରେ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବାର ସୁଯୋଗ ପାଇବା ସହ ଅନ୍ୟ ପୁରସ୍କାର ଜିତିବାର ସୁଯୋଗ ବି ରହିଛି । ଏହି ପ୍ରତିଯୋଗିତା ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଙ୍କ ପାଇଁ ଉଦ୍ଦିଷ୍ଟ ।

ଏହା ବ୍ୟତିତ ଛାତ୍ର mygov.in ପୋର୍ଟାଲରେ ନିଜର ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ ପଠାଇ ପାରିବ । ପ୍ରଶ୍ନ ପଚାରିବାର ସର୍ବାଧିକ ଅକ୍ଷର ସୀମା ୫୦୦ ରହିଛି । ମାତାପିତା ଓ ଶିକ୍ଷକ ବି ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ ଓ ଏଥିପାଇଁ ଆବେଦନ କରିପାରିବେ । ଏହି କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣର ୨୯ ଜାନୁୟାରୀରେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୪,୦୦୦ ପ୍ରତିଯୋଗୀ ସାମିଲ ହେବେ ।

Get real time updates directly on you device, subscribe now.