fbpx
BJD
BJD SKY
BJD SKY

(Video) ଅପେକ୍ଷାର ଅନ୍ତ… ଅଯୋଧ୍ୟାରୁ ନିମନ୍ତ୍ରଣ ପାଇଲେ ‘ରାମାୟଣ’ର ଲକ୍ଷ୍ମଣ: ଦେଖିବେ ପ୍ରାଣ ପ୍ରତିଷ୍ଠା ଉତ୍ସବ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ଅଯୋଧ୍ୟା ଶ୍ରରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ନେଇ ସାରା ଦେଶରେ ଉତ୍ସବ ଖେଳିଯାଇଛି । ଦେଶର ପ୍ରତ୍ୟେକ ଗଳିକନ୍ଦିରେ ଶୁଭୁଛି ‘ଜୟ ଶ୍ରୀରାମ…’ । ଏହି ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଦେଶର ବହୁ ବିଶିଷ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇଛି । ଏଥିରେ ସାମିଲ ରହିଛନ୍ତି ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଧାରାବାହିକର ଅଭିନେତା ଅରୁଣ ଗୋଭିଲ ଏବଂ ଦୀପିକା । କିନ୍ତୁ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା । କିନ୍ତୁ ଏବେ ସୁନୀଲଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି ଏବଂ ସେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଉତ୍ସୁକ ଥିବା ପ୍ରକାଶ କରିଛନ୍ତି ।

ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଅଭିନେତାଙ୍କ ପାଖରୁ ଆରମ୍ଭ କରି କ୍ରିକେଟର ଏବଂ ବିଶିଷ୍ଟ ଶିଳ୍ପପତିଙ୍କୁ ଏହି ଉତ୍ସବ ପାଇଁ ନିମନ୍ତ୍ରଣ ହୋଇଛି । ଅମିତାଭ ବଚ୍ଚନ, ଅକ୍ଷୟ କୁମାର, ରଣଦୀପ ହୁଡାଙ୍କ ସମେତ ଅନ୍ୟ ବରିଷ୍ଠ ଅଭିନେତାଙ୍କୁ ଏହି ଉତ୍ସବ ପାଇଁ ନିମନ୍ତ୍ରଣ କରାଯାଇଛି । ଏହାସହିତ ରାମାନନ୍ଦ ସାଗରଙ୍କ ଧାରାବାହିକ ‘ରାମାୟଣ’ରେ ରାମ-ସୀତା ଭୂମିକା ଗ୍ରହଣ କରିଥିବା ଅରୁଣ ଗୋଭିଲ ଏବଂ ଦୀପିକା ଚିଖଲିୟାଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ହୋଇଥିଲା । କିନ୍ତୁ ଏହି ଧାଃରାବାହିକର ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଥିବା ସୁନୀଲଙ୍କୁ ନିମନ୍ତ୍ରଣ ହୋଇଥିଲା, ଯାହାକୁ ନେଇ ସେ ଖୁବ ଦୁଃଖପ୍ରକାଶ କରିଥିଲେ । କିନ୍ତୁ ବର୍ତ୍ତମାନ ବିଳମ୍ବରେ ହେଉ ପଛେ ସୁନୀଲଙ୍କୁ ଏହି ଭବ୍ୟ କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ ପ୍ରାପ୍ତ ହୋଇଛି । ପ୍ରଭୁ ଶ୍ରୀରାମଙ୍କର ଏଭଳି ଏକ ମହା ଉତ୍ସବରେ ସାମିଲ ହେବା ଏକ ସୌଭାଗ୍ୟ, ତେଣୁ ସେ ଏଥିପାଇଁ ଭଗବାନଙ୍କ ସହ ପ୍ରଶଂସକମାନଙ୍କୁ ମଧ୍ୟ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସେ ନିମନ୍ତ୍ରଣ ପତ୍ର ପାଇବାର ଖୁସି ଜାହିର କରିଛନ୍ତି । ପ୍ରାଣ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ନିମନ୍ତ୍ରଣ ପାଇବା ପରେ ତାଙ୍କର ଖୁସି ଏହି ଭିଡିଓରେ ସ୍ପଷ୍ଟ ଜଣାପଡ଼ୁଛି । ସେ ରାମ ମନ୍ଦିର ସମିତିକୁ ଧନ୍ୟବାଦ୍ ଦେଇ କହିଛନ୍ତି ଯେ, ଏଭଳି ଏକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଜୀବନରେ ଥରେ ମାତ୍ର ଅବସର ମିଳିଥାଏ । ଏଭଳି ସୌଭାଗ୍ୟ ଦ୍ୱିତୀୟ ଥର କେବେ ମିଳିବ ନାହିଁ । ଏହାପରେ ‘ରାମାୟଣ’ ଧାରାବାହିକରେ ଲକ୍ଷ୍ମଣ ଚରିତ୍ର ପାଇଁ ତାଙ୍କୁ ଚୟନ କରିଥିବାରୁ ସେ ରାମାନନ୍ଦ ସାଗରଙ୍କୁ ମଧ୍ୟ ଧନ୍ୟବାଦ୍ ଦେଇଛନ୍ତି । ନିଜ ଜନ୍ମଦିନରେ ସୁନୀଲ ଏହି ଖୁସି ଖବର ପ୍ରଶଂସକମାନଙ୍କ ସହ ସେୟାର କରିଛନ୍ତି । ଜନ୍ମଦିନରେ ଏହାଠାରୁ ବଡ଼ ଉପହାର ଆଉ କିଛି ହୋଇ ନ ପାରେ ବୋଲି କହିଛନ୍ତି ସୁନୀଲ ଲହରୀ ।

 

View this post on Instagram

 

A post shared by Sunil Lahri (@sunil_lahri)

Get real time updates directly on you device, subscribe now.