fbpx

ମହିଳା ନୁହେଁ ପୁରୁଷ ମିତ୍ରଙ୍କୁ ବିବାହ କଲେ ChatGPTର CEO: ଫଟୋ ଭାଇରାଲ

ନୂଆଦିଲ୍ଲୀ: କିଛି ଦିନ ତଳେ ବେଶ ଚର୍ଚ୍ଚାରେ ରହିଥିବା ଚାଟ ଜିପିଟିର ସିଇଓ ସାମ ଅଲ୍ଟମ୍ୟାନ ହାତରୁ ଦି ହାତ ହୋଇଛନ୍ତି । ତେବେ ସେ କେଉଁ ମହିଳାଙ୍କୁ ନୁହେଁ ବରଂ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ବିବାହ କରିଛନ୍ତି । ତେବେ ସେ ଆଜି ହୱାଇ ଠାରେ ଏକ ବେଶ ଘରୋଇ ଉତ୍ସବରେ ନିଜ ଅନେକ ଦିନର ପୁରୁଷ ବନ୍ଧୁ ଅଲିଭର ମୁଲହେରିନଙ୍କୁ ବିବାହ କରିଛନ୍ତି । ବିଦେଶରେ ସମଲିଙ୍ଗୀ ବିବାହ ଆଇନଗତ ହୋଇଥିବାରୁ ସେ ନିଜର ସମଲିଙ୍ଗୀ ଜୀବନସାଥୀଙ୍କୁ ବିବାହ କରିଛନ୍ତି ।

ତେବେ ତାଙ୍କର ବିବାହ ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ଧଳା ରଙ୍ଗର ସାର୍ଟ ପିନ୍ଦିଥିବା ବେଳ ପରିବାରର ଅଳ୍ପ କିଛି ସଦସ୍ୟଙ୍କ ଉପସ୍ଥିତିରେ ମୁଦି ପିନ୍ଧାଇ ବିବାହ କରିଥିଲେ । ସାମଙ୍କ ଜୀବନସାଥୀ ମୁଲହେରିନ ଜଣେ ସଫ୍ଟୱେୟାର ଇଞ୍ଚିନିୟର । ତେବେ ଦୁହେଁ ଖୁବଶୀଘ୍ର ସନ୍ତାନ ଚାହୁଁଛନ୍ତି ବୋଲି ମଧ୍ୟ ଏଠାରେ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ, ସାମ କିଛି ଦିନ ତଳେ AI କମ୍ପାନୀ ChatGPTର ସିଇଓ ପଦବୀରୁ ଇସ୍ତଫା ଦେବା ନେଇ ବେଶ ଚର୍ଚ୍ଚାରେ ଥିଲେ । କିନ୍ତୁ ପରେ ପୁଣି ଥରେ ୫ ଦିନ ପରେ ତାଙ୍କୁ ଏହି ପଦବୀ ଫେରାଇ ଦିଆଯାଇଥିଲା ।

Get real time updates directly on you device, subscribe now.