fbpx
BSKY
BJD MC SKY
BJD YOUTH SKY

ମକର ସଂକ୍ରାନ୍ତିରେ ବିହାରବାସୀ ସେବନ କରିଥାନ୍ତି ‘ଦହି- ଚୁଡ଼ା’, ଜାଣନ୍ତୁ କାହିଁକି ?

ଓଡ଼ିଶା ଭାସ୍କର: ମକର ସଂକ୍ରାନ୍ତି ଏକ କୃଷି ଭିତ୍ତିକ ପର୍ବ । ଦେଶରେ ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ସହ ଜଡ଼ିତ ପରମ୍ପରା ପ୍ରଚଳିତ । ଅଧିକାଂଶ ଅଂଚଳରେ ମକର ସଂକ୍ରାନ୍ତିକୁ ନୂତନ ବର୍ଷର ଆରମ୍ଭ ଭାବରେ ବିବେଚିତ କରାଯାଇଛି । ଏହି ପର୍ବକୁ ଲୋକମାନେ ବେଶ ହର୍ଷ ଉଲ୍ଲାସର ସହ ପାଳନ କରିଥାନ୍ତି । ମକର ସଂକ୍ରାନ୍ତିକୁ ଉତ୍ତରାୟଣ ମଧ୍ୟ କୁହାଯାଏ । ଏହି ଦିନ ସୂର୍ଯ୍ୟ ଦେବତା ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିଥାନ୍ତି । ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡ଼ାଇବାର ପରମ୍ପରା ମଧ୍ୟ ରହିଛି । ତେବେ ଆଜି ଆସନ୍ତୁ ଜାଣିବା ବିହାରବାସୀମାନେ ମକର ସଂକ୍ରାନ୍ତି ଦିନ ‘ଦହି ଓ ଚୁଡ଼ା’ ସେବନ କରିବା ପଛରେ କ’ଣ ରହିଛି କାରଣ ?

ମକର ସଂକ୍ରାନ୍ତି ଦିନ ବିହାରବାସୀ ଦହି, ଚୁଡ଼ା ଓ ଗୁଡ଼ ମିଶ୍ରିତ ଏକ ବ୍ୟଞ୍ଜନ ସକାଳ ଜଳଖିଆରେ ସେବନ କରିଥାନ୍ତି । ଏହା ଗ୍ଲୁଟେନ୍ ଫ୍ରି ଥିବାରୁ ବିହାରବାସୀଙ୍କ ଲୋକପ୍ରିୟ ଜଳଖିଆ ଭାବରେ ଜଣାଶୁଣା । ସେମାନଙ୍କ ପାଇଁ ଏହା ଏକ ବିଶେଷ ବ୍ୟଞ୍ଜନ ଅଟେ ଯାହାର ସେବନ କରିବା ଶୁଭ ହେବା ସହ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି । କିମ୍ବଦନ୍ତୀ ଅନୁଯାୟୀ ଦହି ଓ ଚୁଡ଼ା ସେବନ କରିବା ମାନବ ସଭ୍ୟତାର ପ୍ରାରମ୍ଭିକ ପ୍ରତୀକ ଭାବରେ ବିବେଚିତ କରାଯାଇଛି । ଏହି ବ୍ୟଞ୍ଜନ ସହଜରେ ପ୍ରସ୍ତୁତ ହୋଇଥାଏ । ଦହି ଚୁଡ଼ାରେ ଫାଇବର ମାତ୍ରା ଅଧିକ ଥିବାରୁ ଏହା ସ୍ୱାସ୍ଥ୍ୟବର୍ଦ୍ଧକ ଅଟେ । ଦହିରେ ଥିବା ପ୍ରୋବାୟୋଟିକ୍ ହାଡ଼କୁ ମଜବୁତ କରିଥାଏ । ଏହା ଶରୀରକୁ ତୁରନ୍ତ ଉର୍ଜ୍ଜା ପ୍ରଦାନ କରିବା ସହ ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖିଥାଏ ଏବଂ ପେଟ ସମ୍ବନ୍ଧୀୟ ରୋଗ ଠାରୁ ରକ୍ଷା କରିଥାଏ । ସେହିପରି ମକର ସଂକ୍ରାନ୍ତି ଦିନ ବିହାର ଓ ଉତ୍ତରପ୍ରଦେଶବାସୀ ରାତିରେ ଖେଚୁଡ଼ି ସେବନ କରିଥାନ୍ତି ।

 

Get real time updates directly on you device, subscribe now.