fbpx
BSKY
BJD SHG SKY
BJD MC SKY

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି କାର୍ଯ୍ୟ ଦ୍ୱାରା ଦେଶର ସାଧୁସନ୍ଥ ଏବେ ଖୁସିରେ ଗଦ ଗଦ, କହିଲେ ଏପରି କିଛି

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି ଯେଉଁ କାରଣରୁ ଏବେ ସାଧୁସନ୍ଥ ବହୁତ ଖୁସି । ପ୍ରଧାନମନ୍ତ୍ରୀ ମୋଦୀ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶୁକ୍ରବାର ଠାରୁ ୧୧ ଦିନ ପର୍ଯ୍ୟନ୍ତ ବିଶେଷ ଅନୁଷ୍ଠାନ ଆରମ୍ଭ କରିଛନ୍ତି । ମୋଦୀଙ୍କ ଏହି ନିଷ୍ପତ୍ତିରେ ସାଧୁସନ୍ଥ ବହୁତ ଖୁସି ହୋଇଯାଇଛନ୍ତି । ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପ୍ରଧାନ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଠାରୁ ଆରମ୍ଭ କରି ବିଜେପିର ପୂର୍ବତନ ସାଂସଦ ରାମବିଳାସ ବେଦାନ୍ତୀଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସା କରିଛନ୍ତି ।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ମୋଦୀଜୀ ଯେଉଁ ୧୧ ଦିନିଆ ବିଶେଷ ଅନୁଷ୍ଠାନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ତାହା ବହୁତ ଭଲ । ସେ ନିୟମ ଜାଣନ୍ତି ଓ ନିୟମ ଅନୁଯାୟୀ ସବୁକିଛି କରୁଛନ୍ତି । ରାମଲଲାଙ୍କ ଲାଗି ଏତେ ସମର୍ପିତ ହେବା ତାଙ୍କ ପାଇଁ ବହୁତ ଭଲ । ଆମେମାନେ ବହୁତ ଖୁସି ଅଛୁ । ଦେଶର ସବୁ ଜନତା ବି ପୁରା ଖୁସି ।

ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ ମୋଦୀ ଏକ ବାର୍ତ୍ତାରେ କହିଛନ୍ତି ଏହା ତାଙ୍କର ସୌଭାଗ୍ୟ କି ସେ ଏହି ପୁଣ୍ୟ ଅବସରର ସାକ୍ଷୀ ହେବାକୁ ଯାଉଛନ୍ତି । ଟ୍ୱିଟରରେ ମୋଦୀ କହିଛନ୍ତି ପ୍ରଭୁ ମୋତେ ପ୍ରାଣ ପ୍ରତିଷ୍ଠା ମାଧ୍ୟମରେ ସମସ୍ତ ଭାରତବାସୀଙ୍କ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେଇଛନ୍ତି । ଏହାକୁ ଧ୍ୟାନରେ ରଖି ଆଜିଠାରୁ ୧୧ ଦିନ ମୁଁ ବିଶେଷ ଅନୁଷ୍ଠାନ ଆରମ୍ଭ କରୁଛି ।

Get real time updates directly on you device, subscribe now.