fbpx

Double Super Overରେ ଜିତିଲା ଟିମ ଇଣ୍ଡିଆ: ୩-୦ରେ ସିରିଜ ଉପରେ ରୋହିତଙ୍କ କବଜା

ନୂଆଦିଲ୍ଲୀ: ଭାରତ-ଆଫଗାନିସ୍ତାନ ବିପକ୍ଷ ତୃତୀୟ ମ୍ୟାଚରେ ଦେଖିବାକୁ ମିଳିଛି ଡବଲ ସୁପର ଓଭର । ପ୍ରଥମ ସୁପର ଓଭର ଟାଇ ହେବା ପରେ ଏହି ମ୍ୟାଚରେ ଆଉ ଏକ ସୁପର ଓଭର ମ୍ୟାଚ ଦେଖିବାକୁ ମିଳିଛି । ଏହି ଲଢେଇରେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ ଏବଂ ରିଙ୍କୁ । ଆଫଗାନିସ୍ତାନର ଫରିଦ ଏହି ଓଭର ବୋଲିଂ କରିଥିବା ବେଳେ ପ୍ରଥମ ବଲ ଛକା ଏବଂ ଦ୍ୱିତୀୟ ବଲରେ ଚୌକା ମାରି ଦମଦାର ଆରମ୍ଭ କରିଥିଲେ ଅଧିନାୟକ ରୋହିତ । ତୃତୀୟ ବଲରେ ୧, ଏବଂ ଚତୁର୍ଥ ବଲରେ ରିଙ୍କୁ ଏବଂ ଚତୁର୍ଥ ବଲରେ ରୋହିତ ରନ୍ ଆଉଟ ହୋଇ ପାଭିଲିୟନ୍ ଫେରିଥିଲେ । ଫଳରେ ଆଫଗାନିସ୍ତାନକୁ ମାତ୍ର ୧୨ ରନର ଲକ୍ଷ୍ୟ ମିଳିଥିଲା ।

ଆଫଗାନିସ୍ତାନ ପକ୍ଷରୁ ମହମ୍ମଦ ନବୀ ଏବଂ ରେହମାନୁଲ୍ଲାହ ଗୁରବାଜ ପାଳି ଆରମ୍ଭ କରିଥିଲେ । ରବି ବିଷ୍ଣୋଇଙ୍କ ପ୍ରଥମ ବଲରେ ହିଁ ମହମ୍ମଦ ନବୀ ଆଉଟ ହୋଇ ପାଭିଲିୟନ୍ ଫେରିଥିଲେ । ତାଙ୍କ ସ୍ଥାନରେ କରିମ ଜନତ ବ୍ୟାଟିଂ କରିବା ପାଇଁ ମଇଦାନକୁ ଆସିଥିଲେ । ୪ ବଲରେ ୧୧ ରନର ଆବଶ୍ୟକତା ଥିବା ବେଳେ ତୃତୀୟ ବଳରେ ଦ୍ୱିତୀୟ ୱିକେଟ ନେଇ ଭାରତକୁ ବିଜୟୀ କରାଇଛନ୍ତି ରବି ବିଷ୍ଣୋଇ । ମାତ୍ର ୧ ରନରେ ୨ଟି ୱିକେଟ ହାସଲ କରି ଭାରତ ଏହି ମ୍ୟାଚକୁ ୧୦ ରନରେ ବିଜୟୀ ହୋଇଛି । ଏହାସହିତ ରୋହିତ ସେନା ଏହି ସିରିଜକୁ ୩-୦ରେ ବିଜୟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଭାରତ ୨୧୨ ରନ୍ କରିଥିବା ବେଳେ ଆଫଗାନିସ୍ତାନ ମଧ୍ୟ ୨୧୨ ରନ୍ କରି ମ୍ୟାଚକୁ ଟାଇ କରିଥିଲା । ଏହାପରେ ଉଭୟ ଦଳ ମଧ୍ୟରେ ଏକ ସୁପର ଓଭର ଖେଳାଯାଇଛି । ଏହି ସୁପର ଓଭରରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ସୁପର ଓଭର ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତକୁ ୧୭ ରନର ଲକ୍ଷ୍ୟ ଦେଇଥିଲା । ଯାହାକୁ ରୋହିତ ସେନା ଟାଇ କରିଥିଲା ।

ପ୍ରଥମ ସୁପର ଓଭରରେ ଆଫଗାନିସ୍ତାନର ୧୭ ରନ୍ ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଏବଂ ଯଶସ୍ୱୀ ଜଏସ୍ୱାଲ । ପ୍ରଥମ ବଲରୁ ଉଭୟ ଖେଳାଳି ବଡ଼ ଶଟ୍ ଖେଳିବା ପାଇଁ ପ୍ରୟାସ କରିଥିଲେ । ତେବେ ଓଭରର ପ୍ରଥମ ଦୁଇଟି ବଲରେ ମାତ୍ର ୨ ରନ୍ କରିବାରେ ସକ୍ଷମ ହୋଇଥିଲେ ରୋହିତ-ଜଏସ୍ୱାଲ । ଏହାପରେ ତୃତୀୟ ବଲରେ ବିଶାଳ ଛକା ମାରି ବିଜୟର ନିକଟତର ହୋଇଥିଲେ ଅଧିନାୟକ ରୋହିତ ଶର୍ମା । ଚତୁର୍ଥ ବଲରୁ ମଧ୍ୟ ଆଉ ଏକ ବିଶାଳ ଛକା ମାରି ବିଜୟ ଏକ ପ୍ରକାର ସୁନିଶ୍ଚିତ କରି ଦେଇଥିଲେ ରୋହିତ ।

ତେବେ ଶେଷ ୨ ବଲରେ ୩ ରନ୍ ଆବଶ୍ୟକ ଥିବା ବେଳେ ପଞ୍ଚମ ବଲରେ ୧ ରନ୍ ସଂଗ୍ରହ କରିଥିଲେ ରୋହିତ । ଏହାପରେ ଶେଷ ବଲରେ ୨ ରନ୍ ଆବଶ୍ୟକ ରହିଥିଲା ଏବଂ ଷ୍ଟ୍ରାଇକରେ ଥିଲେ ଯୁବ ଓପନର ଯଶସ୍ୱୀ ଜଏସ୍ୱାଲ । ଏହି ବଲ ପୂର୍ବରୁ ରୋହିତ ରିଟାୟାର୍ଡ ଆଉଟ ହୋଇ ଯାଇଥିବା ବେଳେ ରିଙ୍କୁ ସିଂହ ମଇଦାନକୁ ଆସିଥିଲେ । ଶେଷ ବଲରେ ଜଶସ୍ୱୀ ୧ ରନ୍ ନେଇ ପୁଣିଥରେ ସୁପର ଓଭରକୁ ଟାଇ କରିଥିଲେ ଜଏସ୍ୱାଲ । ଏହାପରେ ଏହି ମ୍ୟାଚ ଡବଲ ସୁପରରେ ଭାରତ ଏହି ମ୍ୟାଚରେ ବିଜୟୀ ହୋଇଛି ।

 

Get real time updates directly on you device, subscribe now.