ନୂଆଦିଲ୍ଲୀ : ୨୨ ଜାନୁଆରୀରେ ଅଯୋଧ୍ୟାର ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି । ଏହାର ପ୍ରସ୍ତୁତି ଜୋରସୋରରେ ଚାଲିଛି । ପ୍ରାଣ ପ୍ରତିଷ୍ଠା ବିଷୟରେ ଦେଶର ବିଭିନ୍ନ ସ୍ଥାନରୁ ବହୁତ ଉତ୍ସାହ ରହିଛି । ଏହି ସମୟରେ ଅନେକ ରାଜ୍ୟରେ ସ୍କୁଲ ବନ୍ଦ ଘୋଷଣା କରାଯାଇଛି ।
ଏହା ବ୍ୟତୀତ ଅନେକ ରାଜ୍ୟ ମଦ ଦୋକାନ ଖୋଲିବାକୁ ମଧ୍ୟ ବାରଣ କରିଛନ୍ତି । ଆସନ୍ତୁ ଦେଖିବା କେଉଁ ରାଜ୍ୟଗୁଡ଼ିକ ସ୍କୁଲଗୁଡ଼ିକ ବନ୍ଦ ରହିବ ।
ଉତ୍ତରପ୍ରଦେଶ
ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ବାବଦରେ ନିର୍ଦ୍ଦେଶ ଜାରି କରିସାରିଛନ୍ତି । ଯୋଗୀ କହିଛନ୍ତି ଯେ, ଜାନୁଆରୀ ୨୨ ରେ ସ୍କୁଲ, କଲେଜ ଏବଂ ମଦ ଦୋକାନ ବନ୍ଦ ରହିବ । ଏହି ଦିନ କୌଣସି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ ।
ମଧ୍ୟପ୍ରଦେଶ
ମଧ୍ୟପ୍ରଦେଶରେ ବିଦ୍ୟାଳୟ ଓ କଲେଜଗୁଡ଼ିକ ପାଇଁ ଛୁଟି ଘୋଷଣା କରାଯାଇଛି । ଏ ବାବଦରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ନିର୍ଦ୍ଦେଶ ଜାରି କରିସାରିଛନ୍ତି । ଯେଉଁଥିରେ କୁହାଯାଏ ଯେ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏକ ପର୍ବ ପରି । ମଧ୍ୟପ୍ରଦେଶରେ ଏହି ଦିନ ମଦ ଏବଂ ଭାଙ୍ଗର ଦୋକାନ ବନ୍ଦ ରହିବ ।
ଗୋଆ
ଜାନୁୟାରୀ ୨୨ ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଗୋଆ ସରକାର ସରକାରୀ କର୍ମଚାରୀ, ବିଦ୍ୟାଳୟ ଏବଂ କଲେଜ ପାଇଁ ଛୁଟି ଘୋଷଣା କରିଛନ୍ତି ।
ଛତିଶଗଡ
ଛତିଶଗଡରେ ମଧ୍ୟ ୨୨ ଜାନୁଆରୀରେ ସ୍କୁଲ ଏବଂ କଲେଜ ବନ୍ଦ ରହିବ । ଏ ବାବଦରେ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିସାରିଛନ୍ତି ।
ହରିୟାଣା
ହରିୟାଣାରେ ମଧ୍ୟ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସରକାରୀ ବିଦ୍ୟାଳୟ ଓ କଲେଜଗୁଡ଼ିକ ବନ୍ଦ ରହିବ । ଏହା ବ୍ୟତୀତ ୨୨ ଜାନୁଆରୀରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବ୍ୟତୀତ ଏହି ଦିନ ରାଜ୍ୟର ଯେକୌଣସି ସ୍ଥାନରେ ମଦ ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।